ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଗାଧାନ୍ତି ପୁଟିନ, ଯାତ୍ରା ସମୟରେ ସାଙ୍ଗରେ କ୍ୟାନସର ବିଶେଷଜ୍ଞଙ୍କୁ ଧରି ଯାଆନ୍ତି । ପୁଟିନଙ୍କୁ ନେଇ ବିଭିନ୍ନ ରିପୋର୍ଟରେ ନୂଆ ଖୁଲାସା ।

1,961

କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେରୁ ଅଧିକ ସମୟ ବିତି ସାରିଲାଣି । ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ମୁଣ୍ଡ ନୁଆଁଇବାକୁ ନାରାଜ ଥିବା ବେଳେ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି । ଏସବୁ ଭିତରେ ପୁଟିନଙ୍କୁ ହତ୍ୟା କରାଯାଇପାରେ ଗତ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଏପରିକି କିଛି ଜଣ ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହି ଆସୁଛନ୍ତି । କିନ୍ତୁ ଏଭଳି ଚର୍ଚ୍ଚା ଭିତରେ ପୁଟିନଙ୍କୁ ନେଇ ଏମିତି ଏକ ଦାବି କରାଯାଉଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ପୁଟିନ ହରିଣର ଶିଙ୍ଗରୁ ବାହାରୁଥିବା ରକ୍ତରେ ନିୟମିତ ଭାବେ ଗାଧୋଇ ଥାଆନ୍ତି ବୋଲି କୁହାଯାଉଛି । ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପୁଟିନ ଏଭଳି କରୁଥିବା କୁହାଯାଉଛି । ଯାହାଦ୍ୱାରା ଶାରିରୀକ ଶକ୍ତି ବଢିବା ସହ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ । ଯେଉଁଥିପାଇଁ ପୁଟିନଙ୍କୁ ଏତେ ବୟସ ହେବା ସତ୍ତେ୍ୱ ମଧ୍ୟ ଏବେ ବି ଯୁବକଙ୍କ ଭଳି ଫିଟ୍ ଥିବା କୁହାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ହରିଣର ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଔଷଧୀୟ ଗୁଣ ଭରପୁର ଥାଏ । ଖାସକରି ପୁରୁଷଙ୍କୁ ଏହା ଉର୍ଜାବାନ ରଖିଥାଏ ।

ସେହିଭଳି ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ହେବ ଭ୍ଲାଦିମିର ପୁଟିନ ଲଗାତାର କ୍ୟାନସର ବିଶେଷଜ୍ଞଙ୍କ ସହ ଯାତ୍ରା କରୁଛନ୍ତି । ଅଥାର୍ତ ପୁଟିନ ଯେଉଁଠିକୁ ବି ଯାଉଛନ୍ତି ତାଙ୍କ ଡାକ୍ତରୀ ଟିମରେ ଜଣେ କ୍ୟାନସର ବିଶେଷଜ୍ଞ ରହୁଛନ୍ତି । ଗତ କିଛି ବର୍ଷ ହେବ ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ଦର୍ଶାଉଛି ପୁଟିନ ଏକ ବଡ ରୋଗରେ ପୀଡିତ ଥାଇପାରନ୍ତି । କିନ୍ତୁ ବିଶ୍ୱବାସୀଙ୍କ ଠାରୁ ପୁଟିନ ଏହାକୁ ଆଢୁଆଳରେ ରଖିଥିବା କୁହାଯାଉଛି ।