ରେଳଯାତ୍ରୀଙ୍କ ପାଇଁ ବଡଖବର । ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ‘ବାଏ ନାଓ, ପେ ଲେଟର’ ସୁବିଧା ଆଣିଲା ପେଟିଏମ୍ ଓ ଭାରତୀୟ ରେଳ ବିଭାଗ ।
କନକ ବ୍ୟୁରୋ : ରେଳଯାତ୍ରୀଙ୍କ ପାଇଁ ବଡଖବର । ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ଆପଣ ଯଦି ନିୟମିତ ରେଳରେ ଯାତ୍ରା କରୁଛନ୍ତି, ଆଉ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଆପଣ ପ୍ରଥମେ ଟିକେଟ୍ ବୁକ୍ କରି ପରେ ଟଙ୍କା ଦେଇପାରିବେ । ପୂର୍ବରୁ ଆପଣଙ୍କୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ହେଲେ, ପ୍ରଥମେ ଟଙ୍କା ପୈଠ କରିବାକୁ ପଡ଼ୁଥିଲା । ହେଲେ ଏବେ କିନ୍ତୁ ଆପଣ ପ୍ରଥମେ ଟ୍ରେନ୍ ଟିକେଟ୍ ବୁକ୍ କରି ପରେ ସେଥିପାଇଁ ଅର୍ଥ ପୈଠ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପେଟିଏମର ମୂଳ କମ୍ପାନୀ ୱାନ୍ ୧୭ କମ୍ୟୁନିକେସନ୍ସ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ, ଏହାର ସହଯୋଗୀ କମ୍ପାନୀ ପେଟିଏମ୍ ପେମେଂଟସ ସର୍ଭିସେସ୍ ଲିମିଟେଡ୍, ଆଇଆରସିଟିସି ଗ୍ରାହକଙ୍କ ପାଇଁ ପେଟିଏମ୍ ପୋଷ୍ଟପେଡ୍ ପ୍ରଚଳନ କରିଛି । ଏଥିରେ ‘ବୁକ୍ ନାଓ, ପେ ଲେଟର’ ସୁବିଧା ଟିକେଟ୍ ବୁକିଂ ନିମନ୍ତେ ରହିଛି । ଆଇଆରସିଟିସି ସହିତ ମିଶି ପ୍ରଚଳନ କରାଯାଇଥିବା ଏହି ଯୋଜନାରେ ପେଟିଏମ୍ ବ୍ୟବହାରକାରୀ ଗୋଟିଏ କ୍ଲିକରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ।
ଆପଣ ଟିକେଟ୍ ବୁକ୍ କରିବାକୁ ଚାହୁଁଥିଲେ…
ପ୍ରଥମେ ଆଇ.ଆର.ସି.ଟି.ସି ସାଇଟ୍ କିମ୍ବା ଆପକୁ ଯିବାକୁ ପଡିବ ।
ସେଠାରେ ଆପଣ ଲଗ-ଇନ୍ କରିବା ପରେ ଆପଣଙ୍କୁ ଆପଣଙ୍କର ଟ୍ରେନ୍ ଯାତ୍ରା ନେଇ ସମସ୍ତ ସୂଚନା ଦେବାକୁ ପଡିବ ।
ତେବେ ଟିକେଟ୍ ବୁକ୍ କରିବା ସମୟରେ ପେମେଂଟ ଅପସନକୁ ଯିବା ପରେ ଆପଣ ପେ ଲେଟର ଅପସନ୍ ଚୟନ କରିବେ ।
ଯାହା ପରେ ଆପଣଙ୍କୁ ପେଟିଏମ୍ ପୋଷ୍ଟପେଡ୍ ଅପସନ୍ ଦେଖିବାକୁ ମିଳିବ ।
ଏହି ଅପସନରେ କ୍ଲିକ୍ କରିବା ପରେ ଆପଣ ବିନା କୌଣସି ଟଙ୍କା ଦେଇ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ।
ଆଉ ପରେ ନିର୍ଦ୍ଧିଷ୍ଟ ସମୟ ଭିତରେ ଆପଣଙ୍କୁ ଏହି ଟଙ୍କା ଦେବାକୁ ପଡିବ ।
ତେବେ ଟ୍ରେନ୍ ଟିକେଟ୍ ବୁକ୍ କରୁଥିବା ଅନେକ ଯାତ୍ରୀଙ୍କ ପାଇଁ ଏହା ସୁବିଧା ହେବ ବୋଲି କୁହାଯାଉଛି ।
ପେଟିଏମ୍ ପୋଷ୍ଟପେଡ୍ ବ୍ୟବସ୍ଥା ଏହାର ଗ୍ରାହକଙ୍କୁ ୬୦ ହଜାର ଟଙ୍କା ବିନା ସୁଧରେ ଋଣ, ୩୦ ଦିନ ପାଇଁ ଯୋଗାଇ ଦେଉଛି । ଏହାସହ ପେଟିଏମ୍ ବ୍ୟବହାରକାରୀଙ୍କୁ ସେମାନେ ମାସକ ମଧ୍ୟରେ ଖର୍ଚ୍ଚ କରିଥିବା ସମସ୍ତ ଖର୍ଚ୍ଚର ହିସାବ ମାସ ଶେଷରେ ଗୋଟିଏ ବିଲରେ ପ୍ରଦାନ କରାଯାଉଛି । ଫଳରେ ବ୍ୟବହାରକାରୀ ଉକ୍ତ ଅର୍ଥ ଥରକରେ ପୈଠ କରିପାରିବେ ଅଥବା ସେମାନଙ୍କୁ ସୁବିଧା ହେଲା ଭଳି ମାସିକ କିସ୍ତିରେ ଦେଇପାରିବେ ।
ତେବେ ବର୍ତ୍ତମାନ ସମୟରେ ‘ବାଏ ନାଓ, ପେ ଲେଟର’ ଯୋଜନାର ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି । ଏହାକୁ ଟିକେଟ୍ ବୁକିଂ, ବିଲ୍ ପୈଠ, ଦୋକାନରେ କିଣାକିଣି ଆଦି ଅନେକ ସ୍ଥାନରେ ବ୍ୟବହାର କରାଯାଇପାରିବ ।