ଚାକିରି ଚାଲିଗଲେ ମଧ୍ୟ ଚିନ୍ତା ନାହିଁ : ସାହାଯ୍ୟ କରିବେ ମୋଦି ସରକାର, ଖୋଲିବା ପାଇଁ ପଡ଼ିବ ଏକ ସ୍ୱତନ୍ତ୍ର ଆକାଉଂଟ

98

ଆଜିକାଲି ବେସରକକାରୀ ଚାକିରିର କୌଣସି ବାସ୍ତବତା ନାହିଁ । କେତେବେଳେ ଯେ ଚାଲିଯିବ କିଛି କହିହେବ ନାହିଁ । ବେସରକାରୀ ଚାକିରିରେ ଅଧିକ କାମ କରୁଥିଲେ ମଧ୍ୟ ଭବିଷ୍ୟତ ବୋଲି କିଛି ନଥାଏ । କାମ କଲେ ଟଙ୍କା ନହେଲେ ନାହିଁ । ବେସରକକାରୀ ଚାକିରିଆଙ୍କ ସ୍ଥଳେ ଚାକିରି ଚାଲିଗଲା ପରେ ପରିବାରର ଭରଣପୋଷଣ ପାଇଁ ଅସୁବିଧା ସୃ୍ଷ୍ଟି ହୋଇଥାଏ । ଏପରିସ୍ଥଳେ ଚାକିରି ଥିବା ସମୟରେ ହିଁ କିଛି ଉପାୟ କରିନେବା ଦରକାର । ଯଦ୍ୱାରା ଚାକିରି ଚାଲିଗଲେ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ ।

1-crore-jobs-for-the-telecom-sector-in-next-5-years
image courtesy – The Financial Express

ସରକାର ବେସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଗର ସପ୍ତାହରେ ଲୋକସଭାରେ କହିଥିଲେ ସରକାର ବେସରକାରୀ ଚାକରିଆଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଏହି ନିୟମ ଅନୁସାରେ ବେସରକାରୀ ଚାକିରିଆଙ୍କୁୁ ପିଏଫ୍ ପେନସନ୍ ସହ ଅନ୍ୟ ସୁବିଧା ଯୋଗାଇଦେବେ । ଏହାର ଅର୍ଥ କୌଣସି ବେସରକାରୀ ଚାକିରିଆଙ୍କ ଚାକିରି ଚାଲିଗଲେ ମଧ୍ୟ ପରିବାର ପ୍ରତିପୋଷଣ କରିବାର କୌଣସି ଚିନ୍ତା ରହିବ ନାହିଁ । ଏଥିପାଇଁ ବେସରକାରୀ ଚାକିରିଆଙ୍କୁ ବିଶ୍ୱକର୍ମା ଖାତା ଖୋଲିବା ପାଇଁ ପଡ଼ିବ । ବିଶ୍ୱକର୍ମା ଖାତା ଖୋଲିବା ପରେ ଚାକିରି ଚାଲିଗଲେ ମଧ୍ୟ ପରିବାରର ଖର୍ଚ୍ଚ ଚଳାଇବାରେ କୌଣସି ଅସୁବିଧା ହେବ ନାହିଁ । ଏହା ଏକ ସୋସିଆଲ ସିକ୍ୟୁରିଟି ଖାତା । ମୋଦି ସରକାର ଆଗାମୀ ସମୟରେ ୫୦କୋଟି ଭାରତୀୟଙ୍କ ବିଶ୍ୱକର୍ମା ଖାତା ଖୋଲାଇବେ । ଏହି ଖାତା ଖୋଲିବା ଦ୍ୱାରା ପିଏଫ୍ ପେନସନ୍ ଓ ମେଡ଼ିକାଲ୍ ଇନଓ୍ୟୁରାନ୍ସ ବ୍ୟତୀତ ବୋରୋଚଗର ଯୁବକ ଯୁବତୀ ମଧ୍ୟ ଲାଭବାନ ହୋଇପାରିବେ ।

କିପରି ଖୋଲିବ ଖାତା ?
ମିଡ଼ିଆ ରିପୋର୍ଟ ଅନୁସାରେ କମ୍ବାନୀ ନିଜ କର୍ମଚାରୀଙ୍କ ପାଇଁ ସୋସିଆଲ ସିକ୍ୟୁରିଟି ଆକାଉଂଟ ବିଶ୍ୱକର୍ମା ସୁରାକ୍ଷା ଖାତା ଖୋଲାଯିବ । ଯଦି କମ୍ପାନି କିମ୍ବା ସଂସ୍ଥା ଉଚିତସମୟରେ ଖାତା ଖୋଲିବାରେ ସାହାଯ୍ୟ ନକରନ୍ତି କର୍ମଚାରୀ ନିଜେ ମଧ୍ୟ ଖାତା ଖୋଲିପାରିବେ । ଏହା ବ୍ୟତୀତ କେହି ନିଜର କାମ କରିବା ପାଇଁ ଚାହୁଁଥିଲେ ମଧ୍ୟ ଖାତା ଖୋଲିପାରିବ । ଏହି ଥାତା ପୋର୍ଟାବୁଲ୍ ଅଟେ । ଅର୍ଥ ଆପଣ ଓଡ଼ିଶାରେ କାମ କରୁଛନ୍ତି ଆଉ ଏଠାରେ ଖାତା ଖୋଲିଛନ୍ତି , ପରେ ଅନ୍ୟ କୌଣସିି ରାଜ୍ୟକୁ ଚାକିରି କିରିବା ପାଇଁ ଗଲେ ଆପଣଙ୍କୁ ନୂଆ ଖାଥା ଖୋଲିବା ପାଇଁ ପଡ଼ିବ ନାହିଁ । ସରକାରଙ୍କ ଏହି ଯୋଜନା ଅନୁସାରେ ୫୦ କୋଟି କର୍ମଚାରୀ ଲାଭବାନ ହେବେ । ତେବେ ଏଥପାଇଁ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ କରାଯିବ ।