ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହି ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରିଥିଲା । ଏହି ମହାନ ଲୋକମାନେ ନିଜର ତନ-ଧନ-ମନ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ସବୁକିଛି ଭେଟି ଦେଇ ଦେଇଥିଲେ । ସେମାନେ ତାଙ୍କ ପରିବାର, ଘର-ଦ୍ୱାର,ଦୁଖ-ସୁଖକୁ ଭୁଲି ନିଜର ପ୍ରାଣକୁ ଦେଶର ସ୍ୱାଧୀନତା ପାଇଁ ହରାଇ ଥିଲେ । ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । କେବଳ ପୁରୁଷ ସ୍ୱାଧୀନତା ସଂଗ୍ରମୀ ଆମ ଦେଶ ସ୍ୱାଧୀନରେ ସାମିଲ ହୋଇନଥିଲେ, ବରଂ ଏମିତି ଅନେକ ମହିଳା ସ୍ୱାଧୀନତା ସଂଗ୍ରମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଚାଲନ୍ତୁ ସେଭଳି କିଛି ମହିୟସୀ ମହିଳାମାନଙ୍କୁ ମନେ ପକାଇବା….
Kanak News is now on WhatsApp
Join and get latest news updates delivered to you via WhatsApp
୧. କମଳା ଦେବୀ ଚଟ୍ଟୋପାଧ୍ୟାୟ :
ଜନ୍ମ-୩ ଅପ୍ରେଲ ୧୯୦୩
ଜନ୍ମ ସ୍ଥାନ- କର୍ଣ୍ଣାଟକ
ମୃତ୍ୟୁ-୧୯୮୮
କର୍ମକ୍ଷେତ୍ର- ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସୁଧାରକ
୨. ବେଗମ ହଜରତ୍ ମହଲ :
ଜନ୍ମ- ୭ଅପ୍ରେଲ ୧୮୭୯
ଜନ୍ମ ସ୍ଥାନ- କାଠମାଣ୍ଡୁ, ନେପାଳ
ମୃତ୍ୟୁ-୧୮୫୭
କର୍ମକ୍ଷେତ୍ର- ନବାବ ୱାଜିଦ୍ ଅଲି ଶାହଙ୍କ ପତ୍ନୀ , ୧୮୫୭ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ବିଦ୍ରୋହ
୩. ରାଣୀ ଲକ୍ଷ୍ମୀ ବାଇ :
ଜନ୍ମ- ୧୯ ନଭେମ୍ବର
ଜନ୍ମ ସ୍ଥାନ-ଉତ୍ତର ପ୍ରଦେଶ
ମୃତ୍ୟୁ-୧୮ ଜୁନ ୧୮୫୭, କୋଟାର ସରାୟ, ଗ୍ୱାଲିଅର
କର୍ମକ୍ଷେତ୍ର- ସ୍ୱଧୀନତା ସଂଗ୍ରମୀ ଓ ଝାସିଂ ର ରାଣୀ, ୧୮୫୭ର ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀରାଙ୍ଗନା
୪. କମଳା ନେହେରୁ :
ଜନ୍ମ : ୧ ଅଗଷ୍ଟ, ୧୮୯୯, ଦିଲ୍ଲୀ
ମୃତ୍ୟୁ : ୨୮ ଫେବୃୟାରୀ, ୧୯୩୬, ସ୍ୱିଜରଲାଣ୍ଡ
କର୍ମ : ଜବାହା ଲାଲ ନେହେରୁଙ୍କ ପତ୍ନୀ, ସ୍ୱାଧୀନତା ଆନ୍ଦୋଳନରେ ନେହେରୁଙ୍କ ସହ ଅଂଶ ଗ୍ରହଣ
୫. କସ୍ତୁରବା ଗାନ୍ଧୀ :
ଜନ୍ମ : ୧୧ ଏପ୍ରିଲ, ୧୮୬୯
ମୃତ୍ୟୁ : ୨୨ ଫେବୃୟାରୀ, ୧୯୪୪
କାର୍ଯ୍ୟ : ମହାତ୍ମା ଗାନ୍ଧୀଙ୍କ ପତ୍ନୀ ଓ ସ୍ୱତନ୍ତ୍ରତା ସଂଗ୍ରାମୀ
୬. ଭିଖାଜୀ କାମା :
ଜନ୍ମ : ୨୪ ସେପ୍ଟେମ୍ବର, ୧୮୬୧
ମୃତ୍ୟୁ : ୧୩ ଅଗଷ୍ଟ, ୧୯୩୬
କାର୍ଯ୍ୟ : ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଭାରତୀୟ କ୍ରାନ୍ତିକାରୀ ଯିଏ ବିଦେଶରେ ସର୍ବପ୍ରଥମ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିଥିଲେ ।