ଏ ସି ବି ଏସ ପି ଦକ୍ଷିଣ ଏସିଆ କାଉଁସିଲର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ପଟ୍ଟନାୟକ, ଆନ୍ତର୍ଜାତୀକି ସଭାପତି ଜେଫ୍ରି ଆଲ୍ଡରମ୍ୟାନ କଲେ ନିର୍ବାଚିତ
କନକ ବ୍ୟୁରୋ : ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ, ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ, ଯୁକ୍ତ ରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ କାଉନସିଲ୍ ଅଫ ବିଜନେସ ସ୍କୁଲସ୍ ଏଣ୍ଡ ପ୍ରୋଗ୍ରାମସର (ଏ ସି ବି ଏସ ପି) ଦକ୍ଷିଣ ଏସିଆ କାଉନସିଲ୍ ର ଅଧ୍ୟକ୍ଷ ଭାବେ ଶତ ପ୍ରତିଶତ ଭୋଟରେ ନିର୍ଦ୍ଵନ୍ଦରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏ ସି ବି ଏସ ପି ର ଆନ୍ତର୍ଜାତିକ ପ୍ରେସିଡେଣ୍ଟ ଜେଫ୍ରି ଆଲ୍ଡରମ୍ୟାନ ପ୍ରଫେସର୍ ପଟ୍ଟନାୟକଙ୍କୁ ନିର୍ବାଚିତ ଘୋଷଣା କରିଥିଲେ। ଏହି ନିର୍ବାଚନରେ ସାଉଥ୍ ଏସିଆର ବିଜନେସ ସ୍କୁଲମାନେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ଏ ସି ବି ଏସ ପି ବିଜନେସ ସ୍କୁଲମାନଙ୍କର ଗୁଣବତ୍ତା ମାନ ନିର୍ଦ୍ଧାରଣ କରିବା ସହ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନ କରେ। ଦକ୍ଷିଣ ଏସିଆ କାଉନସିଲ୍ ଅଧୀନରେ ଭାରତ, ପାକିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ଵିପ, ଆଫଗାନିସ୍ଥାନ, କମ୍ବୋଡିଆ, ଲାଓସ, ବର୍ମା, ଥାଇଲ୍ୟାଣ୍ଡ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଇତ୍ୟାଦି ଦେଶ ଅଛନ୍ତି ।
ଏ ଏସ ବି ଏମ୍ ପ୍ରତିଷ୍ଠା ପୂର୍ବରୁ ପ୍ରଫେସର ପଟ୍ଟନାୟକ ଆଇ ଆଇ ଏମ୍ ଇନ୍ଦୋର ଏବଂ ଆଇ ଆଇ ଏମ୍ ଲକ୍ଷ୍ନୌରେ ମାନବ ସମ୍ବଳ ପରିଚାଳନା ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ । ତାଙ୍କର ଲଗାନ ଚଳଚ୍ଚିତ୍ରର କେସସ୍ଟଡି ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ଆଣିବା ସହ ଜନମାନସରେ ଆଦୃତ କରାଇଥିଲା । ତାଙ୍କର ୧୦୫ ଗବେଷଣା ସନ୍ଦର୍ଭ ଓ ୨୭ ଗୋଟି ପୁସ୍ତକ ପ୍ରକାଶିତ ହୋଇଛି। ସେ ଏ ସି ବି ଏସ ପି ଦ୍ଵାରା ଆନ୍ତର୍ଜାତିକ ଟିଚିଂ ଏକ୍ସସେଲେନ୍ସ ପୁରସ୍କାର ୨୦୧୬ ରେ ପାଇ ବିଶ୍ଵର ଶ୍ରେଷ୍ଠ ମ୍ୟାନେଜେଣ୍ଟ ଗୁରୁ ତାଲିକାରେ ସ୍ଥାନିତ ହୋଇଥିଲେ। ଏହା ପୂର୍ବରୁ ତାଙ୍କୁ ଦେୱାଙ୍ଗ ମେହେତା ଶ୍ରେଷ୍ଠ ଏଚ ଆର ପ୍ରଫେସର, ଡେକାନ ହେରାଲ୍ଡ ଶ୍ରେଷ୍ଠ ମ୍ୟାନେଜମେଣ୍ଟ ପ୍ରଫେସର ଏବଂ ଭାରତ ସରକାରଙ୍କର କ୍ୟାରିଅର ଆୱାର୍ଡ଼ ପ୍ରଭୃତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି।