ବାଲିଗୁଡା ଗସ୍ତରେ ବିଜେପି ସଂସଦୀୟ ଦଳ

35

କନ୍ଧମାଳ : ବାଲିଗୁଡା ଗସ୍ତରେ ବିଜେପି ସଂସଦୀୟ ଦଳ । ଫେକ ଏନକାଉନଟର ସ୍ଥଳ ପରିଦର୍ଶନ ସହ ପୀଡିତଙ୍କ ପରିବାରର ସଦସ୍ୟଙ୍କୁ ଭେଟି ପୁରା ଘଟଣା ପଚାରି ବୁଝିବେ ପ୍ରତିନିଧୀ ଦଳ। ସଂସଦୀୟ ଦଳରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ସହସ୍ର ବୁଦ୍ଧେ, ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଓ ଶ୍ରୀରାମ ବିଚାର ନେତାମ । କନ୍ଧମାଳରେ ଏହି ରାଷ୍ଟ୍ରୀୟ ପ୍ରତିନିଧୀ ମଣ୍ଡଳୀସହ ମିଶିବେ ଗିରିଧାରୀ ଗମାଙ୍ଗୋ, ପ୍ରତାପ ଷଡଙ୍ଗୀ ଆଦି ରାଜ୍ୟ ବିଜେପି ନେତା । କନ୍ଧମାଳରୁ ଫେରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବେ ଏହି ପ୍ରତିନିଧି ମଣ୍ଡଳୀ।  

ତେବେ ବାଲିଗୁଡା ଘଟଣାକୁ ନେଇ ରାଷ୍ଟ୍ରୀୟ ଉପସଭାପତି ବିନୟ ସହସ୍ର ବୁଦ୍ଧେ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିଜେପି ଏସସିଏସଟିଙ୍କ ପାଇଁ କାମ କରିବା ସହ ବାଲିଗୁଡା ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ଏହା ସହ ଏକଥା ମଧ୍ୟ କହିଛନ୍ତି ଯେ ବାଲିଗୁଡା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ନୁହଁନ୍ତି ।