ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖି ଫେରୁଥିଲେ ମଦ ସମ୍ରାଟ୍ : ବିଜୟ ମାଲ୍ୟାଙ୍କ ବିରୋଧରେ ଶୁଭିଲା ନାରା, ସବୁଠାରୁ ବଡ଼ ଚୋର ବୋଲି କହି ପାଟିକଲେ ଭାରତୀୟ ଦର୍ଶକ

293

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ବିରୋଧରେ ଶୁଭିଲା ନାରା । ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳ ଦେଖିବାକୁ ଆସିଥିବା ବେଳେ ବିଜୟ ମାଲ୍ୟାଙ୍କୁ ଦେଖି ଭାରତୀୟ ଦର୍ଶକ ବଡ ପାଟି କରି ଚିଲାଇଥିଲେ । ଚୋର ଆୟା ଚୋର ଆୟ ବୋଲି ନାରା ଦେଇଥିଲେ ଦର୍ଶକ । ଭାରତର ସବୁଠୁ ବଡ଼ ଚୋର ବୋଲି କହି ପାଟିକରିଥିଲେ ଭାରତୀୟ ଦର୍ଶକ ।

 

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳ ଦେଖିବାକୁ ଯାଇଥିବା ବେଳେ ଅପ୍ରୀତିକର ପରିସ୍ଥିତିର ସାମ୍ନା କଲେ ମଦ ସମ୍ରାଟ । ତେବେ ଖେଳ ଦେଖି ଆସିଥବା ସମୟରେ ମାଲ୍ୟାଙ୍କ ସଙ୍ଗେ ଥିଲେ ତାଙ୍କ ମା’ । ଭିଡ଼କୁ ଦେଖି ମା’ଙ୍କୁ କିଛି ନହେଉ ବୋଲି କହିଥିଲେ ବିଜୟ ମାଲ୍ୟା । ଲୋକେ ତାଙ୍କୁ ପଡ଼ିଆର ବାହାରୁଥିବାର ଦେଖି ଘେରିଯାଇ ଚୋର ଚୋର ବୋଲି କହି ପାଟି କରିଥିଲେ । ଏହାର ଭିଡ଼ିଓ ଏବେ ଭାଇରାଲ୍ ହେଉଛି ।

କୋର୍ଟରେ ପ୍ରତ୍ୟର୍ପଣ ପ୍ରଶ୍ନ ଉପରେ ମାଲ୍ୟା କହିଥିଲେ, ଆଗାମୀ ଶୁଣାଣି ପାଇଁ ପ୍ରସ୍ତୁତି ଚାଲିଛି । ଜୁଲାଇରେ ଶୁଣାଣି ହେବ । ସୂଚନାଯୋଗ୍ୟ ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ନେଇ ଲଣ୍ଡନ ପଳାଇଥିଲେ ବିଜୟ ମାଲ୍ୟା ।