ଓଭାଲରେ ବଡ଼ପଣ ଦେଖାଇଲେ ବିରାଟ କୋହଲି: ଅଷ୍ଟ୍ରେଲିଆ ଖେଳାଳୀ ଷ୍ଟିଭ ସ୍ମିଥଙ୍କୁ ନଚିଡାଇବାକୁ ଭାରତୀୟ ଫ୍ୟାନକୁ ଦେଲେ ପରାମର୍ଶ

ପ୍ରେସିମଟରେ ମାଗିଲେ କ୍ଷମା; ବିରାଟଙ୍କ କାର୍ଯ୍ୟକୁ ଆଇସିସି ପ୍ରଶଂସା

903

କନକ ବ୍ୟୁରୋ: ଓଭାଲ ମ୍ୟାଚରେ ରବିବାର ଟିମ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି ବଡପଣର ପରିଚୟ ଦେଇଛନ୍ତି ।

ରବିବାର ବିରାଟ କୋହଲି ପଡିଆରେ ବ୍ୟାଟିଂ କରୁଥିବାବେଳେ ଭାରତୀୟ ଫ୍ୟାନମାନେ ବାଉଁଣ୍ଡରୀରେ ଫିଲ୍ଡିଂ କରୁଥିବା ଷ୍ଟିଭ୍ ସ୍ମିଥଙ୍କୁ ବାରମ୍ବାର ଚିଟର କହି ଚିଡାଇଥିଲେ । ଏହା ଦେଖି ଏଭଳି ନକରିବାକୁ ଫ୍ୟାନମାନଙ୍କୁ କହିଥିଲେ ବିରାଟ । ଆଉ ସ୍ମିଥଙ୍କୁ ତାଳିମାରି ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । କୋହଲି କହିବା ପରେ ଶାନ୍ତି ପଡିଥିଲେ ଭାରତୀୟ ଫ୍ୟାନ୍ । ଖେଳ ଶେଷରେ ଏଥିପାଇଁ ସ୍ମିଥଙ୍କୁ କୋହଲି କ୍ଷମା ମଧ୍ୟ ମାଗିଛନ୍ତି । କୋହଲିଙ୍କ ଏପରି କାର୍ଯ୍ୟକୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମେତ ଆଇସିସି ପ୍ରଶଂସା କରିଛି ।