ରିଲିଜ୍ ହୋଇଛି ଅରିଜିତଙ୍କ କଣ୍ଠରେ ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ ‘ନଶେ ସି ଚଢ ଗୟି’ । ଗୀତରେ ଦେଖିବାକୁ ମିଳିଛି ରଣବୀର ସିଂ ଓ ବାଣୀ କପୁରଙ୍କ କିଛି କ୍ରେଜି ଡ୍ୟାନ୍ସ ମୁଭ୍ । ଯାହା ଅରିଜିତଙ୍କ ରେଶମୀ ଭଏସ୍ ସହ ମିଶି ଗୀତକୁ କରିଛି ମତୁଆଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ରିଲିଜ୍ ହୋଇଥିଲା ‘ବେଫିକ୍ରେ’ର ଟ୍ରେଲର୍ । ଆଉ ଟ୍ରେଲରେ ଦେଖିବାକୁ ମିଳିଥିଲା ରଣବୀର ଓ ବାଣୀଙ୍କ ଜବରଦସ୍ତ ରୋମାନ୍ସ ସହ ବୋଲ୍ଡ ସିନ୍ । ଯାହାକୁ ୟୁଟ୍ୟୁବରେ ୨କୋଟିରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି । ଫିଲ୍ମଟି ଡିସେମ୍ବର ୯ରେ ରିଲିଜ୍ ହେବ ।