ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଏସିଆର ବିଭିନ୍ନ ଦେଶ: ଭାରତ, ଚୀନ, ଥାଇଲ୍ୟାଣ୍ଡରେ ରେକର୍ଡ ସ୍ତରରେ ଗରମ ଅନୁଭୂତ

194

କନକ ବ୍ୟୁରୋ: ଏସିଆର ଅଧିକାଂଶ ଦେଶରେ ଏବେ ଅନୁଭୁତ ହେଉଛି ପ୍ରଚଣ୍ଡ ତାତି । ଭାରତ, ଚୀନ, ଥାଇଲ୍ୟାଣ୍ଡ, ବାଙ୍ଗଲାଦେରେ ସବୁଠୁ ଅଧିକ ରୌଦ୍ରତାପ ଜାରି ରହିଛି । ଏପ୍ରିଲମାସର ହିଟୱେଭ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି । ଏସିଆ ମହାଦେଶ ଇତିହାସରେ ଏହା ସବୁଠୁ ଅଧିକ ତଥା ରେକର୍ଡସ୍ତର ତାପମାତ୍ରା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଚୀନର ୯୦ପ୍ରତିଶତ ସ୍ଥାନରେ ରେକର୍ଡସ୍ତରରେ ଗରମ ଅନୁଭୁତ ହେଉଛି । ସେହିପରି ଥାଇଲ୍ୟାଣ୍ଡ ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି । ଏଠାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲିୟସ ଉପରେ ରହୁଛି । ବାଙ୍ଗଲାଦେଶରେ ଜଳବାୟୁ ସଙ୍କଟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେହପରି ଭାରତରେ ମଧ୍ୟ ରେକର୍ଡସ୍ତରରେ ଗରମ ଅନୁଭୁତ ହେଉଛି । ବିଶେଷ କରି ପୂର୍ବତର ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହୁଛି ।