ଉତ୍କଳ ବିଶ୍ୱବିଦ୍ୟାଳୟ ପିଏଚଡ଼ି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଆଣ୍ଟିବଡ଼ି କିଟ: ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

133

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବାଇଓ ଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି ଆଣ୍ଟି ଟ୍ରାନ୍ସଫରିନ ଆଣ୍ଟି ବଡି କିଟ । ଟ୍ରାନ୍ସଫରିନ ହେଉଛି ଏକ ପ୍ରକାର ପ୍ରୋଟିନ ଯାହା ଶରୀରରେ ଆଇରନର ମାତ୍ରାର ନିଦାନ କରିବା ସହିତ ନିୟନ୍ତ୍ରଣରେ ରଖିଥାଏ । ଏହି କିଟ୍ ବିଶେଷକରି କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ ବୋଲି ବାୟୋଟକ୍ନୋଲୋଳି ବିଭାଗର ମୁଖ୍ୟ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ସୂଚନା ଦେଇଛନ୍ତି । ଏହାଛଡା ଏହା ଅନ୍ୟାନ୍ୟ ରୋଗ ପ୍ରତି ମଧ୍ୟ ଲାଭଦାୟକ ହୋଇପାରିବ । ତେବେ ଏହି କିଟ୍ ମଣିଷ ଦେହରେ ପରୀକ୍ଷା ହୋଇନଥିଲେ ମଧ୍ୟ କିଛି ଜୀବଜନ୍ତୁ ଓ ପଶୁଙ୍କ ମଧ୍ୟରେ ପରୀକ୍ଷା ହୋଇଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟ ୭୯ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାୟୋଟିକ୍ନୋଲୋକ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ଅଣ୍ଟି ଟ୍ରାନ୍ସଫରିନ୍ କିଟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ସେଣ୍ଟର ଫର୍ ଇନୋଭେସନ ଏଣ୍ଡ ଇନକ୍ୟୁବେସନର ନୂତନ ୱେବସାଇଟ୍‌କୁ ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ପିଏଚଡ଼ି ଛାତ୍ର ଅଭିନାଶ ଦତ୍ତ, ଏହି କିଟକୁ ତିଆରି କରିବାସହ ଏହା ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି, ତେବେ ଏଥିରେ ତାଙ୍କୁ ବିଭାଗର ମୁଖ୍ୟ ଜଙ୍ଗେଶ୍ୱର ଦଣ୍ଡପାଟ ତାଙ୍କର ଗାଇଡ଼ ରହିଛନ୍ତି ।

ଏହି କିଟକୁ କେନ୍ଦ୍ର ମନ୍ତ୍ରୀ ଶୁଭାରମ୍ଭ କରିବାସହ ଦୀର୍ଘ ସମୟ ଧରି ଅଭିନାଶଙ୍କ ସହ ଆଲୋଚନା କରିଥିଲେ । ଏହି ଗବେଷଣା କିଭଳି ସାଧାରଣ ଲୋକଙ୍କ ଉପକାରରେ ଆସିବ ତାହା ପଚାରି ବୁଝିଥିଲେ । ପୂର୍ବରୁ ଲୌହସାର ପରୀକ୍ଷା ରିପୋର୍ଟ ତୁଳନାରେ ଏହି କିଟ୍ ଠିକଣା ଭାବେ କାର୍ୟ୍ୟ କରିବ ବୋଲି ବିଭାଗୀୟ ଜାଣିବାକୁ ପାଇଥିଲେ । ଆଗକୁ ଏ ଗବେଷଣା ନେଇ ଆବଶ୍ୟକ ସୁବିଧା ଯୋଗାଇଦେବେ ବୋଲି ଅଭିନାଶଙ୍କୁ ଆଶ୍ୱାସନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।