କେତେ ଘାତକ ହେବ ଓମିକ୍ରନ୍ ? କ’ଣ ରହୁଛି ଆକ୍ରାନ୍ତଙ୍କ ଲକ୍ଷଣ ? ଜାଣନ୍ତୁ କ’ଣ କହିଲେ ଦକ୍ଷିଣ ଆଫ୍ରିକାର ଡାକ୍ତର ?

844

କନକ ବ୍ୟୁରୋ : ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଦକ୍ଷିଣ ଆଫ୍ରିକା ପରେ ବିଭିନ୍ନ ଦେଶରୁ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଭାରିଆଣ୍ଟ ଅଫ୍ କନର୍ସନ କହିବା ପରେ ବିଶ୍ୱର ଅନେକ ରାଷ୍ଟ୍ର ସତର୍କ ହୋଇଯାଇଛନ୍ତି ।

‘ଡେଲଟା’କୁ ଟପିଯିବ କି ‘ଓମିକ୍ରନ’ ? ସାରା ବିଶ୍ୱରେ ହଲଚଲ୍, ବଜାର ଓ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ବ୍ରିଟେନରେ କଡ଼ାକଡ଼ି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ କେତେ ସଂକ୍ରାମକ ହେବ ଏବଂ ଏହାର ପ୍ରଭାବ କ’ଣ ଏ ନେଇ ଅନୁଧ୍ୟାନ ଚାଲିଥିବା ବେଳେ ସାରା ବିଶ୍ୱରେ ଭୂତାଣୁ ଭୟ ବଢ଼ିଯାଇଛି । ଓମିକ୍ରନରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦେଶକୁ ଦେଶ ଡେଉଁଛି ଏହି ନୂଆ ପ୍ରଜାତିର କରୋନା ଭୂତାଣୁ । ଦକ୍ଷିଣ ଆଫ୍ରିକା, ବୋସ୍ୱାନା, ହଂକଂ, ବେଲଜିୟମ, ଇସ୍ରାଏଲ, ବ୍ରିଟେନ୍, ଇଟାଲି ଓ ଜର୍ମାନୀ ପରେ ଅଷ୍ଟ୍ରେଲିଆରେ ୨ଟି ମାମଲା ଚିହ୍ନଟ ହୋଇଛି । ଏପରିକି ଅଷ୍ଟ୍ରିଆ ଓ ଫ୍ରାନ୍ସରେ ମଧ୍ୟ ଗୋଟିଏ ଲେଖାଏଁ ମାମଲା ଆସିଥିବା ଜଣାପଡିଛି ।

ଏବେ ନଜର ପକାନ୍ତୁ ‘ଓମିକ୍ରନ୍’କୁ ନେଇ କ’ଣ କହୁଛନ୍ତି କରୋନାର ଏହି ନୂଆ ପ୍ରଜାତି ସମ୍ପର୍କରେ ପ୍ରଥମେ ସତର୍କ କରାଯାଇଥିବା ଦକ୍ଷିଣ ଆଫ୍ରିକାର ଡାକ୍ତର
ଆଞ୍ଜେଲିକ୍ କଟଜି ।

ଆକ୍ରାନ୍ତଙ୍କ ଲକ୍ଷଣ, କ’ଣ କହିଲେ ଦକ୍ଷିଣ ଆଫ୍ରିକାର ଡାକ୍ତର ?
*ଆକ୍ରାନ୍ତଙ୍କ ଲକ୍ଷଣ ଅନ୍ୟ ଠାରୁ ଭିନ୍ନ ହେଲେ ଏହା ସାଧାରଣ
*ରୋଗୀଙ୍କର ସ୍ୱାଦ ଓ ବାସ୍ନା ହ୍ରାସ ପାଉନାହିଁ
*ଦିନେ ଓ ଦୁଇଦିନ ପର୍ଯ୍ୟନ୍ତ ମାଂସପେଶୀରେ ଯନ୍ତ୍ରଣା ହେଉଛି
*ଅଳ୍ପ କାଶ ହେଉଛି, ବଡ଼ ଧରଣର ଲକ୍ଷଣ ନାହିଁ
*ଆକ୍ରାନ୍ତଙ୍କ ମଧ୍ୟରେ କିଛି ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଭାରିଆଣ୍ଟ ଅଫ୍ କନର୍ସନ କହିବା ପରେ ବିଶ୍ୱର ଅନେକ ରାଷ୍ଟ୍ର ସତର୍କ ହୋଇଯାଇଛନ୍ତି । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ କଡ଼ା କରିଛି ବ୍ରିଟେନ୍ । ତେବେ ଲକଡାଉନ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ବ୍ରିଟିଶ ପ୍ରଶାସନ । ଏପଟେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ୍ ଗୁଲେରିଆ କହିଛନ୍ତି, ସ୍ପାଇକ୍ ଫ୍ରୋଟିନର ୩୦ଟି ମ୍ୟୁଟେସନ୍ ହୋଇଥିବାରୁ ଟିକା ସୁରକ୍ଷା ବଳୟକୁ ଭେଦ କରିପାରେ ‘ଓମିକ୍ରନ୍’ ।