ଡ୍ରାଇଭର ସଙ୍ଘର ଆନ୍ଦୋଳନ : ସଚିବ ଉଷା ପାଢ଼ୀ କହିଲେ, ଆଲୋଚନା ଜରିଆରେ ସବୁ ଦାବିର ହେବ ସମାଧାନ

240

କନକ ବ୍ୟୁରୋ : ଡ୍ରାଇଭର ସଂଘରର ଷ୍ଟିଅରିଂ ଛାଡ ଧର୍ମଘଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢୀ । ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ । ଡ୍ରାଇଭର ସଂଘ ସହ ପୂର୍ବରୁ ବି ଆଲୋଚନା ହୋଇଛି ଓ ଆଗକୁ ବି ବସି ଆଲୋଚନା ଜରିଆରେ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଉଷା ପାଢୀ ।

ସେପଟେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଂଘର ଯାହା ଦାବି ରହିଛି ସେଗୁଡିକ କମିଟିରେ ଆଲୋଚନା କରାଯିବ । ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଧର୍ମଘଟ ନକରିବାକୁ ଡ୍ରାଇଭର ସଂଘକୁ ଗତକାଲି ନିବେଦନ କରାଯାଇଥିଲା ।