ପୁଣି ନିର୍ବାଚନ ଲଢିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ: ଟୁଇଟ କରି ସୂଚନା ଦେଲେ ବାଇଡେନ

170

କନକ ବ୍ୟୁରୋ: ପୁଣି ନିର୍ବାଚନ ଲଢିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ୍ । ଏନେଇ ମଙ୍ଗଳବାର ଉଭୟେ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣିଥରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ୨୦୨୦ରେ ଡ୍ରୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରି ବାଇଡେନ୍ ରାଷ୍ଟ୍ରପତି ହୋଇଥିଲେ । ୨୦୨୧ରେ ସେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ । ଆଗକୁ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଭିଡିଓ ଜରିଆରେ ଘୋଷଣା କରିଛନ୍ତି ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ୍ । ୮୦ ବର୍ଷୀୟ ଜୋ ବାଇଡେନଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ସେ ଭୋଟରଙ୍କୁ ଆହ୍ୱାନ କରିଛନ୍ତି । ବାକିଥିବା କାର୍ଯ୍ୟ ଶେଷ କରିବା ପାଇଁ ଆଉ ଥରେ ନିର୍ବାଚିତ କରିବାକୁ ସେ ଭୋଟରଙ୍କୁ ଭିଡିଓ ଜରିଆରେ କରିଛନ୍ତି ଆହ୍ୱାନ । ଏଥିସହ ସରକାର ଚଳାଇବାରେ ବୟସର ଆବଶ୍ୟକତା ନଥାଏ ବୋଲି ସେ କହିଛନ୍ତି ।