ଡାକ୍ତରଙ୍କ ଅବହେଳା ଯୋଗୁଁ ୪ ଦିନର ଶିଶୁ ବୁଜିଲା ଆଖି ! ଶିଶୁକୁ ବଚାଂଇବା ପାଇଁ ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ଦୌଡିଲେ ପରିଜନ କିନ୍ତୁ ଶୁଣିଲେ ନାହିଁ ଡାକ୍ତର ।

130

ପଶ୍ଚିମ ଉତ୍ତରପ୍ରଦେଶର ବରେଲୀ ସରକାରୀ ହସ୍ପିଟାଲର ଦୁଇଟି ୱିଙ୍ଗରେ ୩ ଘଣ୍ଟା ପର୍ଯ୍ୟନ୍ତ ରହିବା ପରେ ୪ ଦିନର ଶିଶୁର ମୃତ୍ୟୁ ହୋଇଯାଇଛି । ଉତ୍ତରପ୍ରଦେଶର ସରକାରୀ ହସ୍ପିଟାଲର ଏକ ୱିଙ୍ଗରେ ଡାକ୍ତରମାନଙ୍କୁ ଏଥିପାଇଁ ନିଲମ୍ବିତ କରାଯାଇଛି । ଦ୍ୱିତୀୟ ୱିଙ୍ଗ୍ ର ପ୍ରଭାରୀ ଅଧିକାରୀଙ୍କ ବିପକ୍ଷରେ ବିଭାଗୀୟ ଅଭିଯୋଗ ଆରମ୍ଭ ହୋଇଯାଇଛି । ଉର୍ବଶୀ ନାମକ ଜଣେ ଛୋଟ ଶିଶୁକନ୍ୟା ଜୁନ୍ ୧୫ ତାରିଖରେ ଏକ ବେସରକାରୀ ହସ୍ପିଟାଲରେ ହୋଇଥିଲା । ବୁଧବାର ଝିଅଟିକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାକୁ ବରେଲୀ ହସ୍ପିଟାଲକୁ ନିଆଗଲା । ସରକାରୀ ହସ୍ପିଟାଲର ପୁରୁଷ ୱିଙ୍ଗର ଡାକ୍ତର ମାନେ ଶିଶୁଟିକୁ ଦେଖିବା ପାଇଁ ମନା କରି ମହିଳା ୱିଙ୍ଗକୁ ପଠାଇଥିଲେ । ମହିଳା ୱିଙ୍ଗରେ ନେଇ ଯିବାରୁ ବେଡ୍ କମ୍ ଥିବା କଥା କହି ପୁଣି ପୁରୁଷ ୱିଙ୍ଗକୁ ଯିବାକୁ କୁହାଗଲା । ଶିଶୁଟିର ଜେଜେମା କହିଥିଲେ ଆମେ ଝିଅକୁ ଧରି ୩ ଘଣ୍ଟା ଏପଟେ ସେପଟେ ହୋଇଥିଲୁ କାରଣ ଆଡମିଟ୍ କରିବା ପାଇଁ କେହି ରାଜି ହେଉନଥିଲେ । ତେଣୁ ଆମେ ପିଲାଟିକୁ ଘରକୁ ନେଇ ଆସିଲୁ । କିନ୍ତୁ ହସ୍ପିଟାଲ୍ ସିଢିରେ ହିଁ ପିଲାଟିର ପ୍ରାଣବାୟୁ ଉଡିଯାଇଥିଲା ।

ଡାକ୍ତରଖାନାରେ ଗୋଟିଏ ୱିଙ୍ଗରୁ ଆଉ ଗୋଟିଏ ୱିଙ୍ଗକୁ ବୁଲିବା ଏବଂ ଡାକ୍ତରଙ୍କ ଅବହେଳାରୁ ପିଲାଟି ମୃତ୍ୟୁବରଣ କରିଥିଲା । ଅନ୍ୟପକ୍ଷରେ ଝିଅଟିର ମୃତ୍ୟୁ ପରେ ଦୁଇ ୱିଙ୍ଗର ଡାକ୍ତର ଜଣେ ଅନ୍ୟଜଣଙ୍କୁ ଅଭିଯୋଗ ଲଗାଉଥିଲେ ।