ଓଡ଼ିଶାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ କରିବେ ସୌଜନ୍ୟମୂଳକ ସାକ୍ଷାତ ।

116

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ଧର୍ମେନ୍ଦ୍ର । ପୁରୀରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ମାନନୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୌଜନ୍ୟମୂଳକ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ମହାମହିମ ରାଷ୍ଟ୍ରପତିଙ୍କ ସହ ଗୌଡ଼ୀୟ ମଠ ପରିଦର୍ଶନ କରିବା ପରେ ପୁରୀର ଶରଧାବାଲି ଠାରେ ଆୟୋଜିତ ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ିୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ତୃତୀୟ ବାର୍ଷିକୀ ଅଧିବେଶନ କାର୍ଯ୍ୟକ୍ରମରେ ଯୋଗଦେବେ ।

ପୁରୀରେ ଆଜିଠାରୁ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଆରମ୍ଭ ହେଉଛି । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିବେ । ଶରଧାବାଲିରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ପୁରୀର ଗୌଡୀୟ ମଠ ବୁଲିବା ପରେ ଏହି ସମ୍ମଳିନୀର ଉଦଘାଟନ କରିବେ ରାମନାଥ କୋବିନ୍ଦ । ସମ୍ମିଳନୀକୁ ଉଦଘାଟନ କରିବା ପୂର୍ବରୁ ରାଷ୍ଟ୍ରପତି ଗୌଡିୟ ମଠ ଯିବେ । ସେଠାରେ ଚତୁୁର୍ଦ୍ଧା ମୂର୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିବେ । ଏଠାରେ ଆଳତୀ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହେବ । ତେଣୁ ମଠ ଓ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସାଜସଜ୍ଜା କରାଯାଇଛି । ଗୌଡୀୟ ମଠକୁ ଆସିବାରେ ରାମନାଥ କୋବିନ୍ଦ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି । ପୂର୍ବରୁ ୧୯୮୬ ମସିହାରେ ତତକାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ ଏହି ମଠ ପରିଦର୍ଶନରେ ଆସିଥିଲେ ।