ସର୍ତମୂଳକ ପଦଯାତ୍ରା କରିବାକୁ ପ୍ରିୟଙ୍କାଙ୍କୁ ଅନୁମତି ଦେଲା ଲକ୍ଷ୍ନୌ ପ୍ରଶାସନ ! ହେଲେ ପଦଯାତ୍ରାରେ ଅଭିଭାଷଣ ଉପରେ ଲାଗିଛି ପ୍ରତିବନ୍ଧକ

213

କନକ ବ୍ୟୁରୋ : ଉତରପ୍ରଦେଶ ଲକ୍ଷ୍ନୌରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପଦଯାତ୍ରା । ତାଙ୍କୁ ସର୍ତମୂଳକ ଭାବେ ପଦଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ କଂଗ୍ରେସ ଗାନ୍ଧୀ ସନ୍ଦେଶ ଯାତ୍ରାର ଆୟୋଜନ କରିଛି । ଏହି ପରିପ୍ରେକ୍ଷୀରେ ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ପଦଯାତ୍ରା କରାଯାଇଛି । ତେବେ ଏହି ପଦଯାତ୍ରା ବେଳେ ତାଙ୍କୁ କୌଣସି ଅଭିଭାଷଣ ରଖିବା ପାଇଁ ଅନୁମତି ଦେଇନି ପ୍ରଶାସନ । ଏପରିକି ତାଙ୍କୁ ସର୍ତମୂଳକ ପଦଯାତ୍ରା କରିବାକୁ ଅନୁମତି ଦିଆଯାଇଛି ଯାହାକୁ ପ୍ରିୟଙ୍କା ସମାଲୋଚନା କରିଛନ୍ତି ।

source : Hindustan Times

ପ୍ରିୟଙ୍କାଙ୍କ ନେତୃତ୍ୱରେ ସହୀଦ ସ୍ମାରକରୁ ପଦଯାତ୍ରା ବାହାରି ଜିପିଓ ପାର୍କ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ଗଣମାଧ୍ୟମ ଆଗରେ ପ୍ରତିକ୍ର୍ରିୟା ରଖିଛନ୍ତି କଂଗ୍ରେସ ମହାସଚିବ । ମହିଳାଙ୍କ ସହ ୟୁପିରେ ଅନ୍ୟାୟ ହେଉଥିବା କହିଛନ୍ତି ପ୍ରିୟଙ୍କା । ଏପରିକି ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ତାକୁ ଚାପି ଦିଆଯାଉଥିବା ପଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଏହାସହ ତାଙ୍କୁ କିପରି ଉନ୍ନାଓ ପୀଡିତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା ସେକଥା ବି ଦୋହରାଇଛନ୍ତି । ତେବେ ସେ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।