ଆମେରିକା ସଂସଦକୁ ଜେଲେନସ୍କି ଦେଖାଇଲେ ଋଷ ସେନାର ଧ୍ୱଂସ ଲୀଳା, କହିଲେ ଏଭଳି କଥା

187

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଜି ୨୧ ତମ ଦିନ । ଏହାରି ମଧ୍ୟରେ ଋଷସେନା ୟୁକ୍ରେନରେ ଧ୍ୱଂସର ତାଣ୍ଡବ ରଚିଛି । ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆମେରିକା ସଂସଦଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ଆମେରିକା ସଂସଦରେ ଉପସ୍ଥିତ ଥିବା ସମସ୍ତ ସାଂସଦ ଠିଆ ହୋଇ ଜେଲେନସ୍କିଙ୍କୁ ଅଭିବାଦନ ଜଚ୍ଚାଇଥିଲେ । ଜେଲେନସ୍କି ଆମେରିକା ସଂସଦକୁ ଋଷସେନା ଦମନଲୀଳାର ଭିଡିଓ ଦେଖାଇ ଭାବ ପ୍ରବଣ ହୋଇପଡିଥିଲେ । ସେ କହିଥିଲେ କି ଆମେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ତେଣୁ ଋଷ ତୁରନ୍ତ ଯୁଦ୍ଧ ବନ୍ଦ କରୁ ।

ଏହାସହ ଜେଲେନସ୍କି ଆମେରିକା ସଂସଦକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ମନେ ପକାଇ ଦେଇଥିଲେ । ଜେଲେନସ୍କି କହିଛନ୍ତି କି ୟୁକ୍ରେନ ନାଗରିକଙ୍କ ଅଧିକାର ଉପରେ ଆକ୍ରମଣ କରାଯାଉଛି । ଏହାସହ ଏବେ ଆମେରିକା ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇବାକୁ ସେ ଆମେରିକାକୁ ଅନୁରୋଧ କରିଛନ୍ତି ।

ଅଭିଭାଷଣ ଶେଷରେ ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଆମେରିକାର ସମସ୍ତ ସହାୟତା ପାଇଁ ସେ ଆମେରିକା ପାଖରେ ଋଣୀ ବୋଲି କହିଥିଲେ । ଏହାସହ ଆଜିର ସମୟରେ ନେତା ହେବା ପାଇଁ ଚାହୁଁଥିବା ଲୋକମାନଙ୍କୁ ସେ ଶାନ୍ତିର ନେତୃତ୍ୱ ନେବାକୁ ଅନୁରୋଧ କରିଛନ୍ତି ।