ପ୍ରସ୍ତୁତ ଅଛନ୍ତି ପୃଥୀ ବାହିନୀ! ଚତୁର୍ଥ ଥର ପାଇଁ ରେକର୍ଡ ଅପେକ୍ଷାରେ ଦ୍ରାବିଡଙ୍କ ଶିଷ୍ୟ

56

ଭାରତୀୟ କିକ୍ରେଟ ଇତିହାସରେ ଆଉଏକ ସ୍ମରଣୀୟ ଦିନ । ହଁ ଆମେ କହୁଛୁ କାଲି ନ୍ୟୁଜିଲାଣ୍ଡର ବେ ଓଭାଲଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଜୁନିୟର ବିଶ୍ୱକପ ଫାଇନାଲ ମ୍ୟାଚ କଥା । ଭାରତ ବନାମ ଅଷ୍ଟ୍ରେଲିଆ । ସମୟ ଦିନ ୬.୩୦ ରେ ଖେଳାଯିବ ମ୍ୟାଚ । ତେବେ ରାହୁଲ ଦ୍ରାବିଡଙ୍କ କୋଚିଂ ପାଇ ପୁରା ପ୍ରସ୍ତୁତ ପୃଥୀ ବାହିନୀ । ଲିଗ ମ୍ୟାଚରୁ ଏପଯ୍ୟନ୍ତ ସସସ୍ତ ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି ଟିମ ଇଣ୍ଡିଆ । ସେପଟେ ଚତ୍ମକାର ଫର୍ମରେ ଯୁବ ବ୍ୟାଟ୍ସମ୍ୟାନ ।

କିଏ ରହିବେ ଫୋକସରେ :

ପୃଥୀ ଶ୍ୱ – ଅଧିନାୟକ ପୃଥୀ ଜବରଦସ୍ତ ଫର୍ମରେ ଅଛନ୍ତି । ଲିଗ ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ୯୪ରନ ଜବରଦସ୍ତ ଇନିଙ୍ଗସ । ୫ଟି ମ୍ୟାଚ ରେ ପୃଥୀଙ୍କ ବ୍ୟାଟରୁ ଆସିଛି ୨୩୨ରନ ।

ଶୁଭମନ ଗିଲ – ପ୍ରହାର ଏବଂ ବ୍ୟାଟିଂ ଷ୍ଟାଇଲ ପୁରା ବିରାଟଙ୍କ ପରି । ୫ଟି ମ୍ୟାଚରୁ ୩୪୧ରନ କରିଛନ୍ତି ଏହି ଉଦୀୟମାନ ଖେଳାଳି । ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଶୁଭମନଙ୍କ ବ୍ୟାଟରୁ ଆସିଥିଲା ଶତକୀୟ ଇନିଂସ୍ ।

ଶିଭମ ମାଭି – ଦ୍ରୁତ ବୋଲର ମାଭି । ଘଂଟା ପ୍ରତି ବେଗ ୧୪୫ରୁ ଉଦ୍ଦ୍ୱର୍ । ପ୍ରଥମରୁ ଝଟକା ଦେବାର ମାଭି ମାହିର । ୫ଟି ମ୍ୟାଚରୁ ୮ଟି ୱିକେଟ ହାସଲ କରିଛନ୍ତି ମାଭି । ସେ ମଧ୍ୟ କଂଜୁସି ବୋଲର ଭାବେ ଜଣା । କାହିଁକି ନା ଇକୋନୋମି ରହିଛି ମାତ୍ର ୩.୭୭

କମଲେଶ ନାଗାକୋଟ୍ଟି – ସ୍ପିଡ ଷ୍ଟାର କମଲେଶ । ବେଗ ସହ ୟରକର ବଲ ପକାଇବାରେ ସିଦ୍ଦହସ୍ତ । ୧୫୦ କିମି ପ୍ରତି ଘଂଟାରେ ବଲ ପକାଇବାରେ ସାମର୍ଥ । କମଲେଶ୫ଟି ମ୍ୟାଚଖେଳି ୭ଟି ୱିକେଟ ଅକ୍ତିଆର କରିଛନ୍ତି ।