ଝାରସୁଗୁଡା ବାଗଡିହି ରେଳଷ୍ଟେସନରେ ଘଟିଛି ଅଭବାନୀୟ ଘଟଣା : ଉତ୍କଳ ଏକ୍ସପ୍ରେସ ଟ୍ରେନରୁ ଡେଇଁ ଗୁରୁତର ୨ ଝିଅ

986

କନକ ବ୍ୟୁରୋ : ଚଳନ୍ତା ଟ୍ରେନରୁ ଡେଇଁପଡିଲେ ଦୁଇ ଝିଅ । ଝାରସୁଗୁଡା ବାଗଡିହି ରେଳଷ୍ଟେସନରେ ଦୁଇ ଝିଅ ଉତ୍କଳ ଏକ୍ସପ୍ରେସ ଟ୍ରେନରୁ ଡେଇଁ ପଡିଛନ୍ତି । ଫଳରେ ଜଣକ ଗୋଡ କଟିଯାଇଥିବା ବେଳେ ଅନ୍ୟ ଜଣକ ମୁଣ୍ଡରେ ଗଭୀର ଆଘାତ ଳାଗିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁଇ ଝିଅଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଧୁତୁରାଠାରେ ବୋଲି ଜଣାପଡିଛି । ତେବେ କାହିଁକି ଟ୍ରେନରୁ ଡେଇଁଲେ ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ ଆଜି ପ୍ରାୟ ଦିନ ପ୍ରାୟ ୧୧ଟା ବେଳେ ପୁରୀରୁ ହରିଦ୍ୱାର ଯାଉଥିବା ଟ୍ରେନ୍ ନମ୍ବର ୧୮୪୭୭ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ରୁ ବାଗଡ଼ିହି ଷ୍ଟେସନ୍ ନିକଟରେ ଦୁଇ ଜଣ ଯୁବତୀ ଡେଇଁପଡ଼ି ସାଙ୍ଘାତିକ ଆହତ ହୋଇଛନ୍ତି। ଆହତ ଯୁବତୀଦ୍ୱୟ ହେଉଛନ୍ତି ୨୦ ବର୍ଷୀୟ ଜ୍ୟୋତ୍ସ୍ନା ନାଏକ ଏବଂ ୧୯ ବର୍ଷୀୟ ଧନମତୀ । ଜ୍ୟୋତ୍ସ୍ନାଙ୍କ ଗୋଡ଼ କଟିଯାଇଛି ଏବଂ ଧନମତୀଙ୍କର ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ବାଗଡିହି ଷ୍ଟେସନ୍ ମାଷ୍ଟର୍ ଓ ସ୍ଥାନୀୟ ଗ୍ରାମବାସୀ ଦୁହିଁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି । ବାଗଡିହି ନିକଟ ତେଲିଡିହିକୁ ଯିବା ନିମନ୍ତେ ଏମାନେ ବାମରା ଷ୍ଟେସନ୍ରୁ ଏହି ଟ୍ରେନ୍ରେ ଚଢ଼ିଥିଲେ ।