ଘର କାନ୍ଥ ପଡି ଚାଲିଗଲା ଦୁଇଟି ଜୀବନ । ଘର ମାଲିକ ଓ ଶ୍ରମିକ ମୃତ, ଜଣେ ଗୁରୁତର ।

127

କନକ ବ୍ୟୁରୋ : ଘର କାନ୍ଥ ପଡି ଚାଲିଗଲା ଦୁଇଟି ଜୀବନ । ସୋମବାର ସକାଳେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅଞ୍ଚଳର ଅତଲାପୁର ପଞ୍ଚାୟତ ଅନ୍ତର୍ଗତ ବାଲିପାଟଣା ଗ୍ରାମରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘରର ମାଲିକ ଏବଂ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିମାନେ ହେଲେ ଘରର ମାଲିକ ୫୫ ବର୍ଷିୟ ବନମାଳୀ ବାରିକ ଏବଂ ଶ୍ରମିକ କାମ କରୁଥିବା ୨୩ ବର୍ଷିୟ ଚନ୍ଦନ ଲେଙ୍କା ।

ସକାଳୁ ବନମାଳୀଙ୍କ ଘରକାମ ଚାଲିଥିବା ବେଳେ ୨୦ ଇଞ୍ଚିଆ ମାଟିକାନ୍ଥ ପଡ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି । ଏଥିରେ ପଞ୍ଚୁ ନାଥ ନାମକ ଆଉ ଜଣେ ବ୍ୟକ୍ତି ଆହତ ହୋଇ ଧର୍ମଶାଳାରେ ଚିକିତ୍ସାଧୀନ ଅଛନ୍ତି । ଏବେ ଧର୍ମଶାଳା ଡାକ୍ତରଖାନାରେ ରଖାଯାଇଥିବା ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ ।