କେନ୍ଦୁଝରରେ ହିଟ୍ ଆଣ୍ଡ୍ ରନ୍ । ଦୋକାନ ପାଖରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍: ୨ ମୃତ, ଜଣେ ଗୁରୁତର ।

625

କନକ ବ୍ୟୁରୋ: କେନ୍ଦୁଝର ଧୂର୍ପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ମାଡ଼ିଯିବାରୁ ଦୁର୍ଘଟଣା ଘଟିଥିଲା । ଏହା ସହ ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ଟ୍ରକଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରକୁ ଧକା ଦେଇ ଖସିଯିବାକୁ ଉଦ୍ୟମ କରିବା ବେଳେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ବାଇକ ଉପରେ ମାଡ଼ି ଯାଇଥିଲା । ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି । ବାଇକରେ ଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନୁଗୁଳରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।