ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍ । ମିଳିଲା ଗ୍ରେ ଟିକ୍, ଜାଣନ୍ତୁ କେଉଁମାନଙ୍କୁ ମିଳିପାରିବ ଗ୍ରେ ଟିକ୍ ।

4,941

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଗାଏବ । ଗତ କିଛି ଦିନ ହେବ ଟ୍ୱିଟରରେ ଅନେକ କିଛି ପରିବର୍ତ୍ତନ କରାଯାଉଛି । ଖାସକରି ବ୍ଲୁ ଟିକ୍ ପାଇଁ ସବସ୍କ୍ରିପସନ ଫିଚର ଜାରି କରାଯାଇଛି । ତେବେ ଏହି ଟିକ୍ ଫିଚର ଏବେ ୩ଟି ରଙ୍ଗରେ ଉପଲବ୍ଧ ରହିଛି । ପୂର୍ବରୁ କେବଳ ବ୍ଲୁ ଟିକ୍ ହିଁ ମିଳୁଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ବଦଳରେ ଗ୍ରେ ଟିକ୍ ଦେଖିବାକୁ ମିଳିଛି । ଆଉ ଏହା ମଧ୍ୟ ଭେରିଫାଏଡ ଆକାଉଣ୍ଟ । ଏହି ଆକାଉଣ୍ଟର ହ୍ୟାଣ୍ଡେଲରେ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଅଫିସିଆଲ ବୋଲି ଉଲ୍ଲେଖ ରହିଛି । ନୂଆ ଭେରିଫିକେସନ ଅନୁଯାୟୀ ଏଭଳି ପରିବର୍ତ୍ତନ ହେଉଥିବା କୁହାଯାଉଛି ।

କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ବରଂ ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ପୀୟୁଷ ଗୋଏଲଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟରେ ମଧ୍ୟ ବ୍ଲୁ ଟିକ୍ ବଦଳରେ ଗ୍ରେ ଟିକ୍ ମିଳିଛି । ଟ୍ୱିଟର ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ, କେବଳ ସରକାରଙ୍କ ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଗ୍ରେ ଟିକ୍ ଉପଲବ୍ଧ ରହିବ । ତେବେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ୍ ଗ୍ରେ ଟିକ୍ ଦିଆଯାଇନାହିଁ । ତେବେ ଦେଶର ବିରୋଧୀ ଦଳରେ ଥିବା ନେତାଙ୍କ ଆକାଉଣ୍ଟରେ ଗ୍ରେ ଟିକ୍ ରହିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ସେହିଭଳି ବ୍ୟବସାୟ ପାଇଁ ଉର୍ଦ୍ଦିଷ୍ଟ ଥିବା ଆକାଉଣ୍ଟକୁ ଗୋଲ୍ଡ ଟିକ୍ ଦିଆଯାଉଛି । ତେବେ ଉଭୟ ସରକାରଙ୍କ ସହ ଜଡିତ ଥିବା ବ୍ୟକ୍ତି ଓ ସାଧାରଣ ଲୋକଙ୍କୁ ଯଥାକ୍ରମେ ଗ୍ରେ ଓ ବ୍ଲୁ ଟିକ୍ ପାଇଁ ଟଙ୍କା ଦେବାକୁ ପଡିବ ।