ସାହାରାଗ୍ରୁପ ଆକାଉଁଟଧାରୀଙ୍କ ପାଇଁ ଖୁସି ଖବର । ନିବେଶକଙ୍କୁ ଆଜିଠୁ ମିଳିଲା ଫେରସ୍ତ ଟଙ୍କା

7,747

କନକ ବ୍ୟୁରୋ : ସାହାରା ଗ୍ରୁପର ନିବେଶକଙ୍କ ଖାତାକୁ ଫେରିଛି ବକେୟା ଟଙ୍କା । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ଦିଲ୍ଲୀର ସାହାରା ରିଫଣ୍ଡ ପୋଟାର୍ଲ ମାଧ୍ୟମରେ ସାହାରା ଗ୍ରୁପର ସମବାୟ ସମିତିର ଜମାକାରୀଙ୍କ ଦାବି ପରିମାଣ ସ୍ଥାନାନ୍ତର କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ପୋଟାର୍ଲରେ ୧୮ ଲକ୍ଷ ଲୋକ ପଂଜୀକୃତ ହୋଇଛନ୍ତି ବୋଲି ଅମିତ ଶାହା କହିଛନ୍ତି । ଶୁକ୍ରବାର ୧୧୨ ଜଣ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରଥମ କିସ୍ତି ଟ୍ରାନ୍ସଫର କରାଯାଇଛି । ତେବେ ସୂଚନା ଅନୁଯାୟୀ, ଜୁଲାଇ ୧୮ରେ ଅମିତ ଶାହା ସାହାରା ଇଣ୍ଡିଆ ପୋର୍ଟାଲ ଆରମ୍ଭ କରିଥିଲେ ।