ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ

683

କନକ ବ୍ୟୁରୋ : ଇଣ୍ଡିଆ ମେଂଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରାଯାଇଛି । ଆବେଦନକାରୀ ନିଜ ଆବେଦନରେ ଏକଥା ଦର୍ଶାଇଥିଲେ କି କୌଣସି ରାଜନୈତିକ ଦଳ ଇଣ୍ଡିଆ ନାଁ ବ୍ୟବହାର କରିବା ଆପତିଜନ । ଏହା ଉପରେ ରୋକ ଲଗାଯାଉ । ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଏବଂ ବିରୋଧୀ ଦଳଙ୍କୁ ନୋଟିସ ଜାରି କରିଛନ୍ତି । ଶୁକ୍ରବାର ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସଂଜୀବ ନରୁଲାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି । ଆଇନଜୀବୀ ବୈଭବ ସିଂଙ୍କ ମାଧ୍ୟମରେ ଆବେଦନକାରୀ ଗିରିଶ ଉପାଧ୍ୟାୟ କହିଛନ୍ତି ଯେ ଅନେକ ରାଜନୈତିକ ଦଳ ଆମର ରାଷ୍ଟ୍ରୀୟ ଧ୍ୱଜାକୁ ନିଜର ମେଂଟ ଲୋଗୋ ଭାବେ ବ୍ୟବହାର କରୁଛନ୍ତି ଯାହା ଭୋଟ ହାସଲର ଏକ ମାଧ୍ୟମ । ଯେଉଁଥିପାଇଁ ପରବର୍ତୀ ସମୟରେ ରାଜନୈତିକ ହିଂସା ସୃଷ୍ଟି କରିପାରେ ବୋଲି କୁହାଯାଇଛି ।