ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଶାସନିକ ଅଧିକାରୀ । ୪ ଘଣ୍ଟା ବିଭିନ୍ନ ସ୍ଥାନରେ କଲେ ସଫେଇ ।

37

କନକ ବ୍ୟୁରୋ: ଅଧିକାରୀଙ୍କ ଗାନ୍ଧିଗିରି । ହାତରେ ସଫେଇ ସାମଗ୍ରୀ । ଏସବୁ ନେଇ ବିଡ଼ିଓ ବୁଝାଇଲେ ସ୍ୱଚ୍ଛତାର ପାଠ । ମାଲକାନଗିରି ମାଥିଲିରେ ସ୍ୱଚ୍ଛତାର ପାଠ ପଢାଇଛନ୍ତି ପ୍ରଶାସନିକ ବାବୁ ହୃଷିକେଶ ଗଣ୍ଡ । ସ୍ୱଚ୍ଛଭାରତ ଅଭିଯାନରେ ଯୋଗ ଦେଇ ବିଡ଼ିଓ ଲୋକଙ୍କୁ ପରିବେଶ ନେଇ ସଚେତନ କରିଛନ୍ତି । ନିଜ ଅଞ୍ଚଳକୁ କିଭଳି ସ୍ୱଚ୍ଛ ନିର୍ମଳ କରାଯିବ । ଆବର୍ଜନା ମୁକ୍ତ କରାଯିବ ସେ ନେଇ ବୁଝାଇଛନ୍ତି । ବିଡ଼ିଓ ଓ ତହସିଲଦାର ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଅଳିଆ ସବୁ ସଫା କରିଛନ୍ତି । ଏମାନଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଏସଏଚଜି ଗୋଷ୍ଠୀ ସାମିଲ ହୋଇ ୪ ଘଂଟାରୁ ଅଧିକ ସମୟ ଧରି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ ।