କନକ ବ୍ୟୁରୋ : ଆସନ୍ତାମାସରେ ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଆଜି ହେଉଛି ପବିତ୍ର ଭଉଁରୀ ତିଥି । ଆଜି ୩ଟି ରଥର ୩ଟି ଅଖରେ ୬ଟି ଚକ ଡେରାଯାଇଛି । ୩ ଅଖରେ ଦୁଇଟି ଲେଖାଁଏ ଚକ ଯୋଡାଯାଇ ଡେରା କରାଯାଇଛି । ପବିତ୍ର ଉଉଁରୀ ତିଥିରେ ଡେରାଯିବାକୁ ଥିବା ଚକକୁ ନାହାକା ଚକ କୁହାଯାଏ ଓ ଅଖକୁ ନାହାକା ଅଖ କୁହାଯାଏ ।