ଭୁବନେଶ୍ୱର : ମଳିପଡା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ଏକ ବଣୁଆ ହାତୀ

19

କନକ ବ୍ୟୁରୋ : ଚନ୍ଦକା ଅଭୟାରଣ୍ୟରୁ ଏକ ବଣୁଆ ହାତୀ ମଳିପଡା ଅଞ୍ଚଳରେ ପଶି ଆତଙ୍କ  ସୃଷ୍ଟି କରିଛି । ବୁଧବାର ରାତି ୯ ଟାରେ ଭରତପୁର ନିକଟସ୍ଥ ହାତି କରିଡର ଦେଇ ମଳିପଡା ଆଡକୁ ପଶି ଆସିଥିଲା ଏହି ହାତୀ । ତେବେ ମଳିପଡାରେ ଥିବା ଏକ ଫାର୍ମହାଉସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ଫସଲ ନଷ୍ଟ କରିଥିଲା । ସ୍ଥାନୀୟ ଅଂଚଳବାସିନ୍ଦା ବନବିଭାଗକୁ ଖବର ଦେବା ପରେ ବନକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ହାତୀ ଟିକୁ ଘଉଡେଇବାକୁ ବହୁ ପରିଶ୍ରମ କରିଥିଲେ ।

ଶେଷରେ ରାତି ଗୋଟାଏ ସମୟରେ ହାତିଟି ଫାର୍ମ ହାଉସରୁ ବାହାରି ପଳାଇଥିଲା । ଦିର୍ଘ ୪ ଦିନ ହେଲା ଏହି ହାତିଟି ଭରତପୁର, ଗୋଠପାଟଣା, ଘଙ୍ଗାପାଟଣା, ମଳିପଡା ଆଦି ଅଂଚଳରେ ପଶି ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅଶନ୍ତୋଷ ପ୍ରକାଶ କରିଛନ୍ତି ।