ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ‘କଲାରୱାଲୀ’ର ମୃତ୍ୟୁ । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ କହିଲେ ପୂର୍ବତନ ଆଇଏଫଏସ୍ ଅଧିକାରୀ

76

ବର୍ଦ୍ଧକ୍ୟ ଯୋଗୁଁ ମଧ୍ୟପ୍ରଦେଶର ଫେଂଚ୍ ଅଭୟାରଣ୍ୟରେ ରହୁଥିବା ବାଘୁଣୀ କଲାରୱାଲୀର ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ପୂର୍ବତନ ଆଇଏଫଏସ ଅଧିକାରୀ ଖଗେଶ୍ୱର ନାୟକ । କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମନୋରଞ୍ଜନ ମିଶ୍ର ଲାଇଭରେ ଯୋଗ ଦେଇ ଶ୍ରୀଯୁକ୍ତ ନାୟକ କହିଛନ୍ତି ଯେ, ବାଘୁଣୀ ବେକରେ ରେଡିଓ କଲାର ଲାଗିବା ପରେ ତାର ବ୍ୟବହାର ନେଇ ଅନେକ ତଥ୍ୟ ଜାଣିବାକୁ ମିଳିଥିଲା ।

ଶାବକଗୁଡିକୁ ସ୍ୱାଧୀନ କରିବା ପାଇଁ ମାଆ ବାଘୁଣୀ ନଦୀ ପାର ହୋଇ ଅନ୍ୟତ୍ର ଛାଡି ଆସୁଥିଲା । ପେଂଚ ଅଭୟାରଣ୍ୟର ଅନ୍ୟତମ ଆକର୍ଷଣ ଥିଲା କଲାରୱାଲି । ୨୦୦୫ରେ ବାଘୁଣୀଟି ଏହି ଅଭୟାରଣ୍ୟରେ ଜନ୍ମ ହୋଇଥିଲା । ନିଜେ ଶିକାର ଶିଖିବା ପରେ ୨୦୦୮ରୁ ମା ବାଘୁଣୀଠାରୁ ଅଲଗା ହୋଇଯାଇଥିଲା । ଆଉ ୨୦୦୮ରୁ ୨୦୧୮ ଭିତରେ ୨୯ଟି ବାଘ ଛୁଆ ଜନ୍ମ ଦେଇଥିଲା । ସେଥିରୁ ୨୫ଟି ବାଘ ଛୁଆଙ୍କୁ ବଂଚାଇବାରେ ସକ୍ଷମ ମଧ୍ୟ ହୋଇଥିଲା । ଯାହାକି କଲାରୱାଲିକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ଆଉ କଲାରୱାଲିରୁ ସୁପରମମ ପାଲଟି ଯାଇଥିଲା । କିନ୍ତୁ ବୟସ ବଢ଼ିବା ସହ ଦୁର୍ବଳ ହେବାରୁ ଗତ ଶନିବାର ସୁପରମମର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ରବିବାର ତାର ଶେଷ କୃତ୍ୟ କରାଯାଇଥିଲା । ମଣିଷ ଭଳି ବାଘୁଣୀକୁ କୋକେଇରେ ବାନ୍ଧି, ଏବଂ କାନେ୍ଧଇ କାନେ୍ଧଇ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ ବନ କର୍ମଚାରୀ । ମଣିଷ ଭଳି ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା ।