ପୋଲିସର ଥାର୍ଡ ଡିଗ୍ରୀ । ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼  । 

99

କନକ ବ୍ୟୁରୋ: ପୋଲିସର ଥାର୍ଡ ଡିଗ୍ରୀ । ବୃଦ୍ଧଙ୍କୁ ଘରୁ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ ମାରିଛି ପୋଲିସ । ପୋଲିସର ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି ସାଲେଭଟା ଫାଣ୍ଡିରେ । ଯେଉଁଠି ବୃଦ୍ଧଙ୍କୁ ମାରି ମାରି ବେହୋସ କରିଦେଇଛି ପୋଲିସ । ବୃଦ୍ଧଙ୍କ ବୟସ ପାଖାପାଖି ୭୦ ହେବ । ବୃଦ୍ଧଙ୍କୁ ଏଭଳି ମାଡ ମାରିଲେ ଯେ, ସେ ବେହୋସ ହୋଇ ପଡିଲେ । ବେହୋସ ଅବସ୍ଥାରେ ବୃଦ୍ଧଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ଆଇସିୟୁରେ ଭର୍ତି କରିଛନ୍ତି ପରିବାର ଲୋକେ ।

ଧାନକଟାକୁ ନେଇ ଭାଇ ଭାଇ ସହ ବିବାଦ ଭିତରେ ପୋଲିସର ଏଭଳି ଦାଦାଗିରି ଦେଖିବାକୁ ମିଳିଛି । ବୃଦ୍ଧଙ୍କୁ ଥାନାରେ ନିସ୍ତୁକ ମାଡ ମାରି ବେହୋସ କରି ଦେଇଥିଲା ପୋଲିସ । ଏହାକୁ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।