ସାଢ଼େ ୧୧ ସୁଦ୍ଧା ୫ ସହରର ପାରଦ ୪୦ ପାର୍: ୪୧.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୧.୨ ଡିଗ୍ରୀ ସହ ଦ୍ୱିତୀୟରେ ରହିଛି ଭୁବନେଶ୍ୱର

90

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ସାଢ଼େ ୧୧ଟା ସୁଦ୍ଧା ନିଆଁ ପିଣ୍ଡୁଳା ପାଲଟିଛି ପୂରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ରହିଛି ୫ଟି ସହରର ତାପମାତ୍ରା । ୪୧.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ପତ ସହର । ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ରହିଛି ପାରଦ । ସେହିପରି ସମ୍ବଲପୁରରେ ୪୦.୬, ହୀରାପୁଦରେ ୪୦.୪, କେନ୍ଦୁଝରରେ ୪୦, ରାଉରକେଲାରେ ୩୯.୬, ବାଲେଶ୍ୱରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରି ଦୁଇରୁ ତିନି ଦିନ ଯାଏଁ ଜାରି ରହିବ ହିଟୱେଭର ପ୍ରଭାବ । ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟି ସହ ବୌଦ୍ଧ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି । ୬ରୁ ୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।