କଥା ଦେଇ କଥା ରଖିଲେ ନାହିଁ ସରକାର । ବ୍ୟକ୍ତିଗତ ଜାଗାରେ ପାଣି ଟାଙ୍କି କଲେ, ପ୍ରତିଶ୍ରୁତି ମୁତାବକ ଚାକିରି ଦେଲେନି

129

କନକ ବ୍ୟୁରୋ: ବ୍ୟକ୍ତିଗତ ଜାଗାରେ ପାନୀୟ ଜଳ ପ୍ରକଳ୍ପ । ଚାକିରି ଦେବେ କହି ଜାଗା ନେଲେ, ହେଲେ ଚାକିରି ଦେଲେ ନାହିଁ କି ଲିଖିତ ପ୍ରତିଶୃତି ଦେଲେ ନାହିଁ । ଚିନ୍ତାରେ ଜମି ମାଲିକ, ପାଚେରୀ ନିର୍ମାଣ ହୋଇ ନଥିବାରୁ ବାଡ ଘେରି ରଖିଛନ୍ତି ଜମି ମାଲିକ । ଅଧାପନ୍ତରିଆ କାମ ହୋଇଥିବାରୁ ବଢୁଛି ଅସନ୍ତୋଷ । ସରକାର ଘରେ ଘରେ ପାନୀୟ ଜଳ ଯୋଇବା ପାଇଁ ପ୍ରତି ପଞ୍ଚାୟତରେ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁିଛନ୍ତି । ମାତ୍ର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟର ସବୁ ସମୟରେ ତାଲା ପଡୁତିବା ବେଳେ ଫୋନ କଲେ ଅଧିକାରୀ ଉଠାଉ ନଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପୋ ତାଳବଣିଆରେ ଜମି ମାଲିକକୁ ଚାକିରି ଦେବେ କହି ବ୍ୟକ୍ତିଗତ ଜାଗାରେ ବସୁଧା ଯୋଜନାରେ ଟାଙ୍କି ନିର୍ମାଣ କଲେ । ୫ ମାସ ତଳୁ ଟାଙ୍କି ନିର୍ମାଣ ହୋଇସାରିଥିଲେ ବି ଏଯାଏଁ ଚାକିରି ଦେଲେ ନାହିଁ । ତେଣୁ ପାଣି ଟାଙ୍କି ହୋଇଥିବା ସ୍ଥାନକୁ ବାଢ ଘେରାଇ ଜଗି ରହିଛନ୍ତି ଜାଗା ମାଲିକ କାହ୍ନୁ ହେମ୍ରମ ।