ଆମାଜନରେ ମିଳୁଛି ଦାମୀ ଚପଲ ! ସାଧାରଣ ଦେଖାଯାଉଥିବା ଏହି ଚପଲର ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ମାରୁତି କାର ବିକ୍ରି କରି ଏହାକୁ କିଣିଲେ ଗ୍ରାହକ

ଅନଲାଇନ୍ ସପିଂ ସାଇଟ୍ ଆମାଜନରେ ଉପଲବ୍ଧ ଦାମୀ ଚପଲ

163

ଜୋତା ନୁହେଁ ଚପଲ, ସର୍ବାଧିକ ଆପଣ କେତେ ଟଙ୍କା ଦେଇ କିଣିଥିବେ? ୫୦୦, ୧୦୦୦, ୫୦୦୦ ନା ୧୦,୦୦୦? ଦେଶରେ ଅଧାରୁ ଅଧିକ ସଂଖ୍ୟକ ଲୋକ ହୁଏତ ଏହି ପରିମାଣ ଡେଇଁ ଚପଲ କିଣିନଥିବେ। ଆମ ଦେଶର ଅଧିକାଂଶ ଲୋକଙ୍କ ମାସିକ ଦରମା ବି ୧୦,୦୦୦ ଭିତରେ। ତେବେ, ଆପଣଙ୍କୁ ଯଦି ୪୫,୦୦୦ ଟଙ୍କା ବ୍ୟୟ କରି ଏକ ଚପଲ କିଣିବାକୁ ପରାମର୍ଶ ଦିଆଯାଏ ଆପଣ କ’ଣ କରିବେ? ଦିଆଯାଏ ନୁହେଁ, ବରଂ ଦିଆଯାଇଛି କହିଲେ ଠିକ୍ ହେବ।

 

ଅନଲାଇନ୍ ସପିଂ ସାଇଟ୍ ଆମାଜନରେ ଏବେ ଏପରି ଏକ ଚପଲ ଉପଲବ୍ଧ, ଯାହାର ଦର ୪୫,୦୦୦ ଟଙ୍କା। ଚପଲଟି ଦେଖିବାକୁ ଏକଦମ ସାଧାସିଧା। ଚପଲକୁ ଦେଖି କେହି କେବେ ତା’ର ଦର ଏତେ ହୋଇଥାଇପାରେ ବୋଲି କଳ୍ପନା ବି କରିପାରିବେ ନାହିଁ।

ହାଭାଇଆନ୍ସ ସହ ମିଳିତ ଭାବେ ଭାଲେଣ୍ଟିନୋ କମ୍ପାନି ଏହି ଚପଲଟି ନିକଟରେ ବାହାର କରିଛି। ଏହି ବିଳାଶମୟ ଫ୍ଲିପ୍-ଫ୍ଲପ୍ ଚପଲକୁ ଜଣେ ଗ୍ରାହାକ ସର୍ବାଧିକ ୩ ହଳ କିଣି ପାରିବେ ବୋଲି ଉଲ୍ଲେଖ କରାଯାଇଛି। ଚପଲଟିକୁ ଗ୍ରାହକ ଚାହିଁଲେ କିସ୍ତି ଅନୁସାରେ ବି କିଣିପାରିବେ। ୨,୧୩୭ ଟଙ୍କାରୁ ଏହାର କିସ୍ତି ଆରମ୍ଭ। ଡେଲିଭରି ଚାର୍ଜ ରହିଛି ୭୬୬ ଟଙ୍କା। ଚପଲଟିର ସ୍ୱତନ୍ତ୍ରତା ହେଉଛି ଏଥିରେ ଆର୍ମି କାମୋପ୍ଲାଗ ରବର୍ ସୋଲ୍, ଫୁକସିଆ ରବର୍ ଷ୍ଟାପ୍ ବ୍ୟତୀତ ସହରଠାରୁ ଦୂରରେ ଥିବା କୌଣସି ସମୁଦ୍ରକୂଳରେ ଚାଲିବା ପାଇଁ ଯାହା ଆବଶ୍ୟକ ସେ ସବୁ ଉପାଦାନ ରହିଛି।

ତେବେ ଏହି ଚପଲଟିର ଗ୍ରାହକ ରିଭ୍ୟୁ ବି ଏକଦମ ଜବରଦସ୍ତ ଆସିଛି। ଗ୍ରାହକମାନେ ଏହାକୁ କିଣି ବ୍ୟବହାର କରିବା ପରେ ଏହାର ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ଗ୍ରାହକ ଲେଖିଛନ୍ତି କି ଏହି ଚପଲ କିଣିବା ପାଇଁ ସେ ତାଙ୍କର ମାରୁତି ୮୦୦କୁ ବିକ୍ରି କରିଦେଲେ। ଗାଡ଼ି ଚଲାଇବା ଅପେକ୍ଷା ଚାଲିବା ଶ୍ରେୟସ୍କର ତେଣୁ, ଏହି ଚପଲ କିଣି ସେ ବେଶ୍ ସନ୍ତୁଷ୍ଟ।