ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳ: ଛିଡ଼ିଲା ଭାଗବଣ୍ଟା, ୩ଦଳରୁ ମିଳିଲେ ମନ୍ତ୍ରୀ 

119

କନକ ବ୍ୟୁରୋ:  ନାଟକୀୟ ଢଙ୍ଗରେ ବିହାରରେ ଗଠନ ହୋଇଛି ନୂଆ ସରକାର । ବିଜେପି ହାତ ଛାଡି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇ ନୀତିଶ କୁମାର ନିଜର ନୂଆ ଟିମ ଗଠନ କରିଛନ୍ତି । କିଛି ଦିନ ପୂର୍ବରୁ ବିହାରର ମୁଖ୍ୟମନ୍ତ୍ରୀଭାବେ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶପଥ ନେଇଥିଲେ ଆଉ ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ  ହୋଇଛି । ରାଜ୍ୟପାଳ ଫଗୁ ଚୌହାନ ୫-୫ଜଣ ଲେଖାଁଏ ବିଧାୟକଙ୍କୁ ଏକାସହ ମନ୍ତ୍ରୀପଦ ପାଇଁ ଶପଥ ପାଠ କରାଇଛନ୍ତି । ମୋଟ ୩୧ଜଣ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।

ନୂଆ ମନ୍ତ୍ରିମଣ୍ଡଳରେ ଆରଜେଡିର ସ୍ଥିତି ମଜବୁତ ରହିଛି । ତେବେ ଏହି ମନ୍ତ୍ରିମଣ୍ଡଳରେ ନୀତିଶଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ଉପେନ୍ଦ୍ର କୁଶୱାଙ୍କୁ ବାଦ ଦିଆଯାଇଛି । ଆରଜେଡିର ୧୬ଜଣ ମନ୍ତ୍ରୀ ପଦ ପାଇଥିବାବେଳେ ଜେଡିୟୁ ଖାତାକୁ ଯାଇଛି ୧୧ଟି ପଦ । କଂଗ୍ରେସକୁ ମିଳିଛି ୨ । ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଓ ସ୍ୱାଧୀନପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିଛି । ପୂର୍ବରୁ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ରହିଥିବା ତେଜପ୍ରତାପ ଯାଦବଙ୍କୁ ପୁଣି ଥରେ ମନ୍ତ୍ରୀପଦ ମିଳିଛି ।

ପୂର୍ବରୁ ଏନଡିଏ ମେଣ୍ଟରେ ଜେଡିୟୁ ନିକଟରେ କମ ବିଧାୟକ ସଂଖ୍ୟା ଥିଲେ ବି ବିଜେପି ନୀତିଶଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦଛାଡିିଥିଲା । କିନ୍ତୁ ଏବେ ନୂଆ ମହାମେଣ୍ଟସରକାର ଯେଉଁ ଦଳ ପାଖରେ ଯେତିକି ବିଧାୟକ ସେହି ଦଳରେ ଅଧିକ ମନ୍ତ୍ରୀ ରହିଛନ୍ତି ।