ଋଷ-ଭାରତ ନିବିଡ ସମ୍ପର୍କ ସତ୍ୱେ ବି ଭାରତକୁ ବୁଝୁଛି ଆମେରିକା । ନିଜ ଶକ୍ତି ବିନିଯୋଗ କରି ଋଷକୁ ଆକ୍ରମଣରୁ ନିବୃତ କରିବାକ୍ରୁ ଭାରତକୁ ନିଇଡ୍ ପ୍ରାଇସଙ୍କ ପରାମର୍ଶ

236

କନକ ବ୍ୟୁରୋ : ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭ୍ରୋରୋଭ ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ବାଇଡେନ ପ୍ରଶାସନ ଭାରତକୁ ତାର ଶକ୍ତିର ବିନିଯୋଗ କରି କିପରି ଋଷ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବ ତାହା ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି ।
ଆମେରିକା ଷ୍ଟେଟ୍ ମୁଖପାତ୍ର ନିଇଡ ପ୍ରାଇସ କହିଛନ୍ତି, ଏହା ସତ ଯେ, ଋଷ ସହ ବିଭିନ୍ନ ଦେଶର ବ୍ୟକ୍ତିଗତ ସମ୍ପର୍କ ରହିଛି । କିନ୍ତୁ ଆମେ ଯାହା ପରିବର୍ତନ କରିବାକୁ ଚାହୁଁଛନ୍ତି ସେସମ୍ପକରେ ସେମାନେ ଚିନ୍ତା କରିବା ଆବଶ୍ୟକ । ଅନ୍ୟାୟ, ହିଂସା, ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ ଭାରତ ହେଉ ଅବା ଅନ୍ୟ ଦେଶ, ସମସ୍ତେ ସ୍ୱତ ଉତୋଳନ କରିବା ଆବଶ୍ୟକ ବୋଲି ନିଇଡ ପ୍ରାଇସ କହିଛନ୍ତି । ଭାରତ ସହ ଋଷ ସହ ସମ୍ପର୍କ ରଖିଥିବା ଦେଶମାନେ କିପରି ଯୁଦ୍ଧ ଶେଷ ହେବ ତା ଉପରେ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ବହୁ ଥର ଆମେରିକା ଅଧିକାରୀମାନେ ଋଷ-ଭାରତ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବାକୁ ଚେଷ୍ଟା କରିଛନ୍ତି । ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭ୍ରୋରୋଭ ମୋଦିଙ୍କୁ ଭେଟିବା ସହ ଯୁଦ୍ଧର ଅବସାନ ପାଇଁ ଭାରତ ମଧ୍ୟସ୍ତି କଲେ କୌଣସି ଆପତି ନାହିଁ ବୋଲି କହିଛନ୍ତି । ଏପଟେ ଋଷରୁ ତେଲ କିଣିବା ଜାରି ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ।