ପୁଲିସ ଅଫିସର କହି ଲୁଟ କରୁଥିଲା ଅଭିଯୁକ୍ତ: ଅସଲ ପୁଲିସ ହାତରେ ଧରା ପଡିବା ପରେ ଚୋରୀ ବେଳର କାହାଣୀ କହିଲା ଲୁଟେରା

91

କନକ ବ୍ୟୁରୋ: ପୁଲିସ ଅଫିସର ସାଜି ଚୋରୀ କରୁଥିଲା ଚୋର । ନିଜକୁ ଜଣେ ପୁଲିସ ଅଫିସର କହି ଧମକ ଚମକ ଦେଉଥିଲା । ଡରେଇ ଧମକେଇ ମୋବାଇଲ ଲୁଟ କରୁଥିଲା ଲୁଟେରା । ପୁଲିସ ଅଫିସ କରି ଅପରାଧ ଘଟାଉଥିବା ଅଭିଯୁକ୍ତକୁ ଗିରଫ କରିଛି, ରାଉରକେଲା ବ୍ରାହ୍ମଣୀତରଙ୍ଗ ପୁଲିସ । ଅଭିଯୁକ୍ତ ଜଗନ୍ନାଥ ଭଗତ ଠାରୁ ୩୩ଟି ମୋବାଇଲ ଫୋନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କ ପାଖକୁ ଯାଇ ନିଜକୁ ପୁଲିସ ଅଫିସର କହି କଥାବାର୍ତା କରିଥାଏ । ଏହାପରେ ତାଙ୍କୁ ଧମକ ଚମକ ଦେଇ ମୋବାଇଲ ଛଡେଇ ନେଇଥାଏ । ଅଭିଯୁକ୍ତର ଘର ସୁନ୍ଦରଗଡ ଜିଲ୍ଲାର ବଣେଇ ଅଂଚଳରେ । ବ୍ରାହ୍ମଣୀତରଙ୍ଗ ପୁଲିସ ତା ନାଁରେ ୨ଟି ମାମଲା ରୁଜୁ କରି ତଦନ୍ତ କରୁଛି । ସେପଟେ ପୁଲିସ ଆଗରେ ଲୁଟ ବେଳର ପୁରା କାହାଣୀ କହିଛି ଅଭିଯୁକ୍ତ ।