କେନ୍ଦ୍ରୀୟ କୋଟା: ହଟିବ ନା ରହିବ? କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କୁ ମିଳୁଥିବା କୋଟା ସ୍ଥଗିତ

114

କନକ ବ୍ୟୁରୋ: କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ସାଂସଦ କୋଟାକୁ ବର୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ । ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଏହି ସ୍ୱଂୟଶାସିତ ସଙ୍ଗଠନ ଏ ନେଇ ଏପ୍ରିଲ ୧୨ରେ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛି । ଲୋକସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ,

-୨୦୨୧-୨୦୨୨ ଶିକ୍ଷାବର୍ଷରେ ୨୧ ସ୍ୱତନ୍ତ୍ର କୋଟାରେ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଏକଲକ୍ଷ ୭୫ ହଜାର ୨୬୧ ଆଡମିଶନ ହୋଇଥିଲା
-ଏଥିମଧ୍ୟରେ କେବଳ ସାଂସଦ କୋଟାରେ ୭, ୩୦୧ ଆଡମିଶନ କରିଥିଲେ
-ପ୍ରତ୍ୟେକ ଶିକ୍ଷାବର୍ଷରେ ସାଂସଦଙ୍କୁ ୧୦ ସିଟ୍ ନିଜ ନିର୍ବାଚନମଣ୍ଡଳୀର ଛାତ୍ରଛାତ୍ରୀଙ୍କୁ ଦେବାର ବ୍ୟବସ୍ଥା ରହିଛି
-କୋଟା ପ୍ରସଙ୍ଗରେ ସଂସଦରେ ସରଗରମ ଆଲୋଚନା ବି ହୋଇଥିଲା

ବିଭିନ୍ନ ସମୟରେ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ରହିଥିବା କୋଟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ତେଣୁ ଏହାକୁ ବନ୍ଦ କରିବାକୁ ବାରମ୍ବାର ଦାବି ହୋଇଆସୁଛି । କେନ୍ଦ୍ର ସରକାର ମଧ୍ୟ କହିସାରିଛନ୍ତି ସାସଂଦଙ୍କ ସହ ଆଲୋଚନା ପରେ ଏ ବାବଦରେ ଶେଷ ନିଷ୍ପତି ନିଆଯିବ ।

ସେପଟେ ଏଭଳି ନିଷ୍ପତିର ପ୍ରତିବାଦ କରିଛି ବିଜେଡି । ଦଳ କହିଛି ସାଂସଦ କୋଟା ବନ୍ଦ ହେଲେ ଗରିବ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ନାହିଁ । କୋଟା ହଟାଇବା ପରିବର୍ତେ ୧୦ ଜଣ ବଦଳରେ ଏମ୍ପି କୋଟାରେ ୫୦ ଜଣଙ୍କୁ ଆଡମିଶନ ଦେବା ପାଇଁ ସାଂସଦ ମୁନ୍ନାଖାନ ଦାବି କରିଛନ୍ତି । ସେପଟେ ବିଜେପି କହିଛି, କେନ୍ଦ୍ର ସରକାର ଏନେଇ ଭାବିଚିନ୍ତି ନିଷ୍ପତି ନେଉଥିବା କହିଛନ୍ତି ବଳଭଦ୍ର ମାଝୀ ।

୨୦୨୦ ମସିହାରେ ବିଭିନ୍ନ ଅଭିଭାବକ ସଂଘ ତତକାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ କୋଟାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଦାବି କରିଥିଲେ । ଏବେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର କୋଟା ସ୍ଥଗିତ ନିଷ୍ପତି ନୂଆ ବିତର୍କ ସୃଷ୍ଟି କରିଛି