ରାଉରକେଲାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ଆତ୍ମହତ୍ୟା ପୂର୍ବର ଭିଡିଓ ହେଲା ଭାଇରାଲ

377

କନକ ବ୍ୟୁରୋ: ରାଉରକେଲା ରେଲୱେ କଲୋନୀ ନିକଟସ୍ଥ ବିବେକାନନ୍ଦ ପାଲ୍ଲୀ ବସ୍ତିରେ ଯୁବକ ମୃତ୍ୟୁକୁ ନେଇ ତ୍ରୀବ ଉତେଜନା ପ୍ରକାଶ ପାଇଛି । ପୋଲିସ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ । ଏହାରି ଭିତରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି ।
ମୃତ୍ୟୁ ପୂର୍ବରୁ ଏହେଉଛି ବିକାଶ ମୁଖୀଙ୍କ ଭିଡିଓ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସେ ଏଥିରେ କେମିତି ପାରିବାରିକ କନ୍ଦଳକୁ ନେଇ ଅଶାନ୍ତିରେ ଅଛନ୍ତି ଓ ପୋଲିସ୍ କେମିତି ତାଙ୍କୁ ମାଡ଼ ମାରି ଛାଡ଼ିଦେଲା ସେ ବିଷୟରେ କହୁଛନ୍ତି । ସେ ଏହି ଭିଡିଓକୁ ତାଙ୍କ ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କୁ ପଠେଇଥିଲେ । ଏହି ଭିଡିଓରେ ସେ ଅପମାନ ସହିନପାରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ବିକାଶ ସେହି ବସ୍ତିର ଘନଶ୍ୟାମ ଦୀପଙ୍କ ଝିଅ ସରିତାଙ୍କୁ ପ୍ରାୟ ୧୨ ବର୍ଷ ତଳେ ବିବାହ କରିଥିଲେ । ବିକାଶ ଓ ସରିତାଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି । କିଛି ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରିବାରିକ କନ୍ଦଳ ଲାଗି ରହୁଥିଲା । ଯାହା ପାଇଁ ଉଭୟ ଅଲଗା ରହୁଥିଲେ । ଶୁକ୍ରବାର ପିଲାଙ୍କ ପାଖକୁ ବିକାଶ ଯାଇଥିବା ବେଳେ ପତ୍ନୀଙ୍କ ଅଭିଯୋଗରେ ଫାଣ୍ଡିର ଡ୍ରାଇଭର ଆସି ତାଙ୍କୁ ସେଠାରୁ ନେଇ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କହୁଛି ପୋଲିସ୍ । ବିବେକାନନ୍ଦ ପାଲ୍ଲୀରେ ଏହି ମାମଲାକୁ ନେଇ ଏବେବି ଚାପା ଉତେଜନା ବଳବତର ରହିଛି ।