କୋଟିଆରେ ଆନ୍ଧ୍ରର ଚାଲକୁ ଭଣ୍ଡୁର କରିବା ପାଇଁ ଲାଗିଲା ଓଡିଆ ନାମଫଳକ । ‘କୋଟିଆ ମୋର’ କହି ୨୧ ଖଣ୍ଡ ଗାଁରେ ଲାଗିଲା ସାଇନ ବୋର୍ଡ

251

କନକ ବ୍ୟୁରୋ: ବିବାଦୀୟ କୋଟିଆ ପଂଚାୟତର ନେରେଡି ୱାଲାସା ଓ ତାଡି ୱାଲାସା ଗାଁରେ ପ୍ରଶାସନ ପକ୍ଷରୁ ଲଗା ଯାଇଛି ଓଡିଆ ନାମ ଫଳକ । ଆଗକୁ କୋଟିଆର ସମସ୍ତ ଗ୍ରାମରେ ଓଡିଆ ନାମ ଫଳକ ଲାଗିବ ବୋଲି ମଧ୍ୟ ଜଣାପଡିଛି । ଆନ୍ଧ୍ର ସରକାର ଆସନ୍ତା ସ୍ୱାଧୀନତା ଦିବସରେ କୋଟିଆରେ ତେଲୁଗୁ ଫଳକ ମାରିବା ଓ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଥିବା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ । ଜିଲ୍ଲାପାଳ କହିଛନ୍ତି କୋଟିଆରେ ସରକାରୀ କାର୍ଯ୍ୟକ୍ରମ ନେଇ ପଡୋଶୀ କୈାଣସି ସୂଚନା ଦେଇନଥିଲେ ମଧ୍ୟ ସୀମା ସୁାକ୍ଷା ପାଇଁ ପ୍ରଶାସନ ସଜାଗ ଅଛି ।

ଏପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଥରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଧମକ ଦେଇଛନ୍ତି । କୋଟିଆ ଆସିଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଓ ଆନ୍ଧ୍ର ଏଥିପାଇଁ ଦାୟୀ ରହିବ ବୋଲି କହିଛନ୍ତି । କୋଟିଆ ନୁହେଁ ବରଂ ଆନ୍ଧ୍ର ସୀମାନ୍ତ ଗ୍ରାମରେ କାର୍ଯ୍ୟକ୍ରମ ହେବ ଓ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା ପିଡିକା ।

କୋଟିଆକୁ ନେଇ, ଆନ୍ଧ୍ର ଓ ଓଡିଶା ମଧ୍ୟରେ ଅର୍ଦ୍ଧଶତାଦ୍ଦୀ ଧରି ଲାଗିରହିଥିବା ଏହି ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି । ମାମଲା ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ ଉଭୟ ପକ୍ଷ କେତେବେଳେ ମଧ୍ୟ ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟି ହୋଇଛି ।