ମହାନଦୀରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ୨ ମୃତ, ୬ ନିଖୋଜ ସୂଚନା । ୪୦ ଯାତ୍ରୀ ଉଦ୍ଧାର

234

କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଏବେ ବି ନିଖୋଜ ଅଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଘଟିଛି ଏଭଳି ଏକ ଦୁଃଖଦ ଅଘଟଣ । ସୂଚନା ଅନୁସାରେ, ଡଙ୍ଗାରେ ପାଖାପାଖି ୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବଶତଃ ୨ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୬ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିବା କୁହାଯାଉଛି । ଏହି ଖବର ସାମନାକୁ ଆସିବା ପରେ, ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୂବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।