ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲେ ୧୯ଜଣ ଯାତ୍ରୀ

241

କନକ ବ୍ୟୁରୋ : ମୃତ୍ୟୁ ଯେ କେଉଁ ରୂପରେ ଆସିବ ସେକଥା ହୁଏତ କେହି ଜାଣିନଥିବେ । ଠିକ ସେଭଳି କିଛି ଘଟିଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ । ଗୌରୀକୁଣ୍ଡ ନିକଟରେ ଥିବା ୩ଟି ଢାବାରେ ପ୍ରାୟ ୫୦ରୁ ଅଧିକ ବସି ଖାଉଥିବା ସମୟରେ ହଠାତ ଭୁସ୍ଖଳନ ଘଟିଥିଲା । ବନ୍ୟା ପାଣି ମିଶା ପଥରଖଣ୍ଡ ଢାବା ଉପରେ ଖସି ପଡିବା ଯୋଗୁଁ ସେଠାରେ ଥିବା ୧୯ରୁ ଅଧିକ ଯାତ୍ରୀ ଭାସିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ସାହାଯ୍ୟ ଯୋଗା ଯିବ ବୋଲି କହିଛନ୍ତି ଉତାରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।