ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ତ୍ରିକନ୍ୟା । ୩ ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ।

122

କନକ ବ୍ୟୁରୋ : ମହିଳା ଦିବସରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ତ୍ରିକନ୍ୟା । ୩ ଜଣ ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର । ଭିନ୍ନ ଭିନ୍ନ ପରିିସ୍ଥିତି ଆଉ ପରିବେଶରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ କଠିନ ସମସ୍ୟର ସମାଧାନ କରୁଛନ୍ତି ତାହାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ତ୍ରିକନ୍ୟା । ଅମୀୟ ପଟ୍ଟନାୟକ ପ୍ରଡକ୍ସନ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ଏଥିରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶାବାଦୀ ଅଛନ୍ତି ଟିମ୍ ।