ଡେଲିଭରି ବୟ ଚାକିରି ଦେବା ନାଁ ରେ ମିଛ କହି ରୁଷ-ୟୁକ୍ରେନ ଯୁଦ୍ଧକୁ ପଠେଇଦେଲେ ଭାରତୀୟମାନଙ୍କୁ

70

ବିଦେଶ ଯିବାକୁ ଚାହୁଁଥିବା ଭାରତୀୟ ଯୁବକମାନଙ୍କୁ ବେସରକାରୀ ଭିସା ପରାମର୍ଶଦାତା କମ୍ପାନୀମାନେ ଟାର୍ଗେଟ କରିଥିଲେ ଏବଂ ମିଛ କହି ରୁଷରେ ଚାଲିଥିବା ଯୁଦ୍ଧକୁ ପଠାଉଥିଲେ । କନସଲଟାନ୍ସି କମ୍ପାନୀମାନେ ଯୁବକମାନଙ୍କୁ ରୁଷିଆକୁ ଏଇଆ କହି ପଠାଇଥିଲେ ଯେ ସେମାନେ ଡେଲିଭରି ବୟ ଏବଂ ରୁଷ ସେନାରେ ଚାକିରି ପାଇବେ । ଯୁବକମାନଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ସେମାନଙ୍କୁ ସୀମାରେ ଯୁଦ୍ଧ ଲଢିବାକୁ ପଡିବନାହିଁ କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଯୁଦ୍ଧ ଅଞ୍ଚଳକୁ ପଠାଯାଇଥିଲା ଏବଂ ଯଦି ସେମାନେ ସେଥିରେ ରାଜି ନହେଉଥିଲେ ତେବେ ସେମାନଙ୍କୁ ୧୦ ବର୍ଷ ଜେଲଦଣ୍ଡର ଧମକ ଦିଆଯାଉଥିଲା ।

ରୁଷ-ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ଏବେ ବି ଘଟୁଛି । ଯୁଦ୍ଧବିରତି ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ଉଭୟ ସୈନ୍ୟବାହିନୀ ସେମାନଙ୍କର ଅନେକ ସୈନିକଙ୍କୁ ହରାଇଛନ୍ତି ଏବଂ ଏହି ସଂଖ୍ୟା ଆହୁରି ବଢି ପାରେ  । ଏଭଳି ପରିସ୍ଥିତିରେ ରୁଷରେ ସୈନିକ  ଅଭାବ ଦେଖାଦେଇଛି ଏବଂ ଭାରତୀୟ ଯୁବକମାନେ ବିଦେଶରେ କାମ କରିବାକୁ ସର୍ବଦା ଉତ୍ସାହିତ ଥିବାରୁ ରୁଷ ଏହାର ଫାଇଦା ଉଠାଉଛି । ଭାରତର କେତେକ ଘରୋଇ ଭିସା ପରାମର୍ଶଦାତା କମ୍ପାନୀ ଦେଶର ଯୁବକମାନଙ୍କୁ ପ୍ରଲୋଭିତ କରି ରୁଷ ପଠାଉଛନ୍ତି ଯାହା ଦ୍ଵାରା ସେମାନେ ଯୁଦ୍ଧରେ ଯୋଗ ଦେଇ ପାରିବେ । କମ୍ପାନୀମାନେ ସେମାନଙ୍କୁ ମିଛ କହି ଋଷକୁ  ପଠାଉଥିଲେ ଯେ ସେମାନଙ୍କୁ ସେଠାରେ ଯୁଦ୍ଧରେ ସାମିଲ ହେବେ ନାହିଁ କିନ୍ତୁ ସେମାନେ ସେନାରେ ଅନ୍ୟ କାର୍ଯ୍ୟ କରିବେ।

ଘରୋଇ ଭିସା ପରାମର୍ଶଦାତା କମ୍ପାନୀଗୁଡିକ ୟୁଟ୍ୟୁବ୍ ମାଧ୍ୟମରେ ଭିଡିଓ ତିଆରି କରୁଥିଲେ ଏବଂ ସେହି ଯୁବକମାନଙ୍କୁ ଟାର୍ଗେଟ କରିଥିଲେ ଯେଉଁମାନେ ବିଦେଶରେ କାମ କରିବାକୁ ଇଛୁକ ଅଛନ୍ତି ।  ଏହି ଯୁବକମାନଙ୍କୁ କୁହାଯାଇଛି ଯେ ରୁଷରେ ବିଭିନ୍ନ ପ୍ରକାରର ଚାକିରୀ ଅଛି, ଯେପରିକି ଡେଲିଭରି ବୟ, ରୁଷ ସେନାରେ ଚାକିରି ।  ସେନାରେ ଚାକିରି ପାଇଁ ସେମାନଙ୍କୁ ଏଇଆ କୁହାଯାଇଥିଲା ଯେ ଆପଣଙ୍କୁ  ସୀମାରେ ଯାଇ ଟ୍ୟାଙ୍କ ଚଳାଇବାକୁ ପଡ଼ିବନାହିଁ । ଆପଣ ସେନାରେ ଅନ୍ୟ କାମ କରିବେ । କନସଲଟାଣ୍ଟମାନେ ରୁଷରୁ ଏହି ଭିଡିଓ ତିଆରି କରୁଥିଲେ ଏବଂ ଦେଖାନ୍ତି ଯେ ଏଠାରେ ସବୁକିଛି ଠିକ ଅଛି । ରୁଷ  ୟୁକ୍ରେନର କିଛି ଅଂଶ ଦଖଲ କରିଥିବାର ମଧ୍ୟ ଦେଖାଇଥିଲେ । ଏଥି ସହିତ ଯୁବକମାନଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ ସେମାନଙ୍କୁ ଯୁଦ୍ଧ ହେଉଥିବା ସ୍ଥାନକୁ କେବେ ବି ପଠାଯିବ ନାହିଁ।

ପ୍ରଶିକ୍ଷଣ ସମୟରେ ୪୦ ହଜାର ଏବଂ ତା’ପରେ ୧ ଲକ୍ଷ ଟଙ୍କା ପ୍ରତିଶୃତି  

କମ୍ପାନୀମାନେ କହିଛନ୍ତି ଯେ ଯୁବକମାନଙ୍କୁ ସେନାରେ ହେଲପର ଭାବରେ କାର୍ଯ୍ୟ କରିବାକୁ ପଡିବ ।  ଯେପରିକି କାଗଜପତ୍ର ପରିଚାଳନା, ଯୁଦ୍ଧରେ ନଷ୍ଟ ହୋଇଥିବା କୋଠାଗୁଡ଼ିକୁ ସ୍ଥାନାନ୍ତର କରିବା, ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ଇତ୍ୟାଦି । ପୀଡିତାଙ୍କୁ କୁହାଯାଇଥିଲା ଯେ ସେମାନେ ତିନିମାସ ପାଇଁ ତାଲିମ ନେବେ, ତାଲିମ ସମୟରେ ତୁମେ ୪୦,୦୦୦ ଟଙ୍କା ଦରମା ପାଇବ, ଏବଂ ପରେ ତୁମର ଦରମା ୧ ଲକ୍ଷ ହେବ ଯାହା ପରେ ଯେତେବେଳେ ଯୁବକମାନେ ରୁଷକୁ ଯାଉଥିଲେ, ଏଜେଣ୍ଟମାନେ ସେମାନଙ୍କର ଡକ୍ୟୁମେଣ୍ଟ୍ ନେଇ ଯାଉଥିଲେ ।  ଏହା ପରେ ସେମାନଙ୍କୁ କୁହାଯାଇଥିଲା ଯେ ଆପଣଙ୍କୁ ଯୁଦ୍ଧ ତାଲିମ ଦିଆଯିବ ଏବଂ ଫ୍ରଣ୍ଟ ଲାଇନକୁ  ପଠାଯିବ । ଯେତେବେଳେ ଯୁବକମାନେ ମନା କରିଦେଲେ, ରୁଷିଆ ପୋଲିସ ସେମାନଙ୍କୁ ଧରି କୌଣସି ଅଜ୍ଞାତ ସ୍ଥାନରେ ରଖି କହୁଥିଲେ ‘ତମେ ଆମ କଥା ମାନି  ଆମ ସହିତ ଚୁକ୍ତି ସ୍ୱାକ୍ଷର କର, ନଚେତ୍ ଆପଣଙ୍କୁ 10 ବର୍ଷ ଜେଲଦଣ୍ଡ ଦିଆଯିବ । ଯୁବକମାନେ ଭାଷା ନଉଝି ପାରୁ ନ ଥିବାରୁ ସେମାନେ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଧ୍ୟ ହୋଇଥିଲେ ଏବଂ ଫ୍ରଣ୍ଟ ଲାଇନରେ ଯୁଦ୍ଧ କରିବାକୁ ପଠାଯାଇଥିଲା ।