ଏଥର ଆଗୁଆ ଆସିବ ମୌସୁମୀ ! ମେ’ ୧୫ରେ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

383

କନକ ବ୍ୟୁରୋ : ଏଥର ଆଗୁଆ ଆସିବ ମୌସୁମୀ! ଦେଶରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ମେ ୧୫ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ । ଦକ୍ଷିଣ-ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ପାଖାପାଖି ୧୧ ଦିନ ପରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ ।

ତେଣୁ ଏହି ଆଧାରରେ ମେ’ ୨୬ ତାରିଖ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାରେ ଜୁନ୍ ୫ ତାରିଖ ସୁଦ୍ଧା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ଏଭଳି ସ୍ଥିତିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀର ଶୀଘ୍ର ଆଗମନ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ ।