ବିଜେପି ଫୋକସରେ ଓଡ଼ିଶା । ପ୍ରଚାର ପାଇଁ ତୋଫାନି  ଗସ୍ତରେ ଆସିବେ କେନ୍ଦ୍ରୀୟ ନେତୃତ୍ୱ । 

302

କନକ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା  । ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ତୋଫାନି ଗସ୍ତ  । ଆସନ୍ତାକାଲି ଓଡ଼ିଶା ଅସୁଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର  । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ଏବଂ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ  ।

୫ ତାରିଖରେ ବିଜେପି ରାଷ୍ଟୟୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ  । ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ  । ଏହି ବୈଠକରେ ବିଜେପିର ତୁୁଙ୍ଗ ନେତାମାନେ ଉପସ୍ଥିତ ରହିବେ  । ଏହାପରେ କଟକରେ ମଧ୍ୟ ବୈଠକ ସହ କର୍ମୀଙ୍କୁ ଗରମନ୍ତ୍ର ଦେବେ ନଡ୍ଡା  ।  ଏପ୍ରିଲ ୨୮ରେ ବ୍ରହ୍ମପୁର ଆସି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଜେପି ନଡ୍ଡା  । ତେବେ ୬ ତାରିଖ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ  । କାରଣ ମେ’ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଦକ୍ଷିଣ ଓଡିଶାରେ ବିଜେପିର ସ୍ଥିତି ମଜବୁତ ପାଇଁ ଚଳିତ ଥର ଆଶା ରଖିଛି ବିଜେପି ।