ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ । ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା ।

1,049

କନକ ବ୍ୟୁରୋ: ସ୍ୱାଧୀନ ଲଢିବେ ବିଜେପି ନେତା ଖାରବେଳ ସ୍ୱାଇଁ । ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଖାରବେଳ । ଏଥର ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲା । ଏହା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖାରବେଳ ସାଇଁ । ଗତ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଖାରବେଳ । କିନ୍ତୁ ବିଜେଡିର ଅଚ୍ୟୁତ ସାମନ୍ତଙ୍କଠୁ ୭୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ଖାରବେଳ । ଯେହେତୁ ସେ ବାଲେଶ୍ୱରର ବାସିନ୍ଦା ଏବଂ ପୂର୍ବରୁ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ତେଣୁ ଏଥର ବାଲେଶ୍ୱର ଲୋକସଭା ଆସନରୁ ଟିକେଟ ଚାହୁଁଥିଲେ ଭର୍ତୃହରୀ ।  ବାଲେଶ୍ୱର ଲୋକସଭା ଆସନର ଟିକେଟ ପରିବର୍ତନ କରି ତାଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ ଖାରବେଳ । କିନ୍ତୁ ବିଜେପି ପ୍ରାର୍ଥୀ ପରିବର୍ତନ ନକରିବା ପରେ ଶେଷରେ ସ୍ୱାଧୀନ ଲଢିବାକୁ ନିଷ୍ପତି ନେଇଛନ୍ତି ଖାରବେଳ ସ୍ୱାଇଁ ।