ପ୍ରେମିକ ପାଇଁ ୩ ବର୍ଷର କୁନି ଶିଶୁକୁ ମାରିଦେଲା ମା’। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଲା ଜଘନ୍ୟ ଘଟଣା।

210

କନକ ବ୍ୟୁରୋ: ପ୍ରେମ ପାଇଁ ନୃଶଂସ ପାଲଟିଗଲା ମା’ । ଆଉ ପ୍ରେମିକ ସହ ମିଶି ନେଇଗଲା ନିଜ ୩ ବର୍ଷର କୁନି ଶିଶୁର ଜୀବନ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାର ମାଟିଆପଡ଼ା ଗାଁରେ । ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆପଡ଼ା ଗାଁର ସୁକାନ୍ତ ନାଥଙ୍କୁ ବିବାହ କରିଥିଲେ । ସସ୍ମିତାଙ୍କ ତିନୋଟି ପିଲା ଥିବା ବେଳେ ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବାହାରେ କାମ କରନ୍ତି ।

ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିଗାଁର ଲକ୍ଷ୍ମୀଧର ବାଇକୁ ପ୍ରେମ କରି ବସିଥିଲେ । ଦୀର୍ଘଦିନ ଧରି ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା । ପରିସ୍ଥିତି ଏପରି ହେଲା ଦୁହେଁ ଘର ଛାଡ଼ି ବିବାହ କରି ଅନ୍ୟତ୍ର ରହିବାକୁ ନିଷ୍ପତି ନେଲେ । ବଡ଼ ପୁଅ ଓ ଝିଅ ମାମୁଁ ଘରେ ରହୁଥିବାରୁ ୩ବର୍ଷର ସାନ ପୁଅ ସସ୍ମିତାଙ୍କ ପ୍ରେମରେ ସାଜିଥିଲା କଂଟା । ଯେଉଁ କାରଣରୁ ଅଧିକାଂଶ ସମୟରେ ସସ୍ମିତା ଓ ଲକ୍ଷ୍ମୀଧର ମଧ୍ୟରେ କଳହ ଲାଗି ରହୁଥିଲା । ଆଉ ଶେଷରେ ନିଜ ପ୍ରେମକୁ ପାଇବା ପାଇଁ ସସ୍ମିତା ନିଜ ତିନି ବର୍ଷର ଶିଶୁ ମାରିବାକୁ ପଛାଇଲା ନାହିଁ । ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡ଼ିଯାଇଥିବା କହି ମେଡିକାଲରେ ଭର୍ତି କରିଥିଲେ ସସ୍ମିତା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ପରେ ସେ କାହାକୁ କିଛି ନଜଣାଇ ଶିଶୁପୁତ୍ରକୁ ପୋତି ଦେଇଥିଲେ । ପୋଲିସ ଏହି ଘଟଣାରେ ଲକ୍ଷ୍ମୀଧର ଓ ସସ୍ମିତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।