ରୁଚିକା ମୃତ୍ୟୁର ସପ୍ତାହେ ପରେ ବି ଆଗକୁ ବଢୁନାହିଁ ତଦନ୍ତ। ନ୍ୟାୟ ଦାବିରେ ବାପା, ମାଆଙ୍କ ଧାରଣା। 

66

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ସପ୍ତାହେ ହୋଇଯାଇଥିଲେ ବି, ସୁଇସାଇଡ ନୋଟରେ ସେ ଯେଉଁ ତିନି ସିନିୟର ଛାତ୍ରୀଙ୍କ କଥା ଲେଖିଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇପାରି ନାହିଁ  । ନ୍ୟାୟ ଦାବିରେ ରୁଚିକାଙ୍କ ମାଆ,ବାପା ଧାରଣାରେ ବସିଛନ୍ତି  । ତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ଉପରୁ ଚାପ ପଡ଼ୁଥିବାରୁ ପୋଲିସ୍ ତଦନ୍ତ ଆଗକୁ ନେଉନାହିଁ  । ସେପଟେ ବାପା କହିଛନ୍ତି ଯେ, ଆଗକୁ ସିବିଆଇ ତଦନ୍ତ ପାଇଁ ଦାବି କରିବେ  ।

ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀଙ୍କ ରୁଚିକାଙ୍କ ଆତ୍ମହତ୍ୟାକୁ ସପ୍ତାହେ ପୁରିଲାଣି, ହେଲେ ପ୍ରକୃତ ସତ ଏଯାଏଁ ବାହାରକୁ ଆସି ପାରିନାହିଁ  । ରୁଚିକା ନିଜ ସୁଇସାଇଡ ନୋଟରେ ଯେଉଁ ୩ ଜଣ ସିନିୟରଙ୍କ କଥା କହିଥିଲେ, ଏଯାଏଁ ସେମାନଙ୍କୁ ଚିହ୍ନଟ କାହିଁକି କରାଯାଇପାରିନି, ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି  । ନିଜ ଝିଅକୁ ହରାଇଥିବା ବାପାମାଆ ନ୍ୟାୟଦାବିରେ ଧାରଣାରେ ବସିରହିଛନ୍ତି  । ରୁଚିକାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତଦନ୍ତକୁ ଚାପି ଦେବାକୁ ପୋଲିସକୁ ଉପରୁ ଚାପ ଦିଆଯାଉଛି  । ଫଳରେ ତଦନ୍ତ ଆଗକୁ ବଢ଼ୁନାହିଁ  । ସେପଟେ ରୁଚିକାଙ୍କ ବାପା ସିବିଆଇ ତଦନ୍ତ ପାଇଁ ଦାବିକରିବେ ବୋଲି କହିଛନ୍ତି ।

ଜୁଲାଇ ୨ରେ ରୁଚିକାଙ୍କ ମୃତଦେହ ବିଜେବି କଲେଜର କାରୁବାକୀ ହଷ୍ଟେଲରୁ ମିଳିଥିଲ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ସୁଇସାଇଡ ନୋଟରେ ରୁଚିକା ଲେଖିଥିଲେ । ବିଶେଷକରି ୩ ଜଣ ସିନିୟର ଛାତ୍ରୀଙ୍କ ବିଷୟରେ ଚିଠିରେ ଉଲ୍ଖେ କରିରଥିଲେ  । ରୁଚିକାଙ୍କୁ ନ୍ୟାୟ ଦାବିରେ ୭ ଦିନ ଧରି ରୁଚିକାଙ୍କ ବାପା-ମଆଙ୍କ ସହ କିଛି ସାମାଜିକ ସଂଗଠନ ବିଜେବି କଲେଜ ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି  । କିନ୍ତୁ ଶୁକ୍ରବାର ପୋଲିସ୍ ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ କଲେଜ ସମ୍ମୁଖରୁ ଉଠାଇ ଦେଇଥିଲା  ।