ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ: ଖାରବେଳ ଥାନାଅଧିକାରୀଙ୍କ ସୂଚନା

372

କନକ ବ୍ୟୁରୋ: ମହିଳାଙ୍କ ମୃତ୍ୟୁ ପଛରେ ପ୍ରେମ କାହାଣୀ । ଶାସ୍ତ୍ରୀନଗର ମହିଳା ଶୁଭଶ୍ରୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଯାଂଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ନମୁନା ପଠାଯାଇଛି । ହତ୍ୟା ମାମଲରେ ବଡ଼ ସୁରାକ ପୁଲିସ ହାତରେ ଲାଗିଛି । ନୟାଗଡ଼ର ଜଣେ ଯୁବକ ଚିତରଂଜନ ଜେନା ଓରଫ ବାବୁନା ଶୁଭଶ୍ରୀଙ୍କୁ ବାରମ୍ବାର କଲ୍ କରୁଥିବା ଜଣାପଡ଼ିଛି । ବାବୁନା ହେଉଛନ୍ତି ଶୁଭଶ୍ରୀଙ୍କ ଗାଁର ଦୂର ସମ୍ପର୍କୀୟ । ମୃତ୍ୟୁ ପୂର୍ବରୁ ବାବୁନା ମହିଳାଙ୍କ ସହ ତାଙ୍କ ଘରକୁ ଯାଇ ଝଗଡା କରିଥିବା ଜଣାପଡ଼ିଛି । ସେହିଭଳି ସନ୍ଦେହ ଆଣିଛି ୪୫ ମିନିଟରେ ୭ଥର କଲ୍ । ସଂଧ୍ୟ ୬ଟା ୩୦ରୁ ଏହି କଲ୍ ବାବୁନାଙ୍କୁ ଯାଇଥିଲା ଶୁଭଶ୍ରୀଙ୍କ ଫୋନ୍ରୁ । ସେଥିରେ ମାତ୍ର ୨୭ ସେକେଣ୍ଡର କଥାବାର୍ତା ରହିଛି ।

ତେବେ ପ୍ରଶ୍ନ ଉଠୁଛି ବାବୁନାଙ୍କ ସହ ଶୁଭଶ୍ରୀଙ୍କର କଣ ସମ୍ପର୍କ ରହିଥିଲା ?
ପୂର୍ବରୁ ଉଭୟେ ପରିଚିତ ଥିଲେ କି?
ଘଟଣା ଦିନ ଶୁଭଶ୍ରୀ କଣ ପାଇଁ ବାବୁନାଙ୍କୁ ଫୋନ୍ କରିଥିଲେ ?
୨୭ସେକେଣ୍ଡର ଉଭୟଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା ?

ସେପଟେ ମୃତ୍ୟୁ ଘଟଣାରେ ବାବୁନାଙ୍କୁ ଦାୟି କରିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ । ପୂର୍ବରୁ ତାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବହବୁାର ଝଗଡ଼ା ହୋଇଥିବା ସେ କହିଛନ୍ତି । ଏପରିକି ତାଙ୍କ ଯୋଗୁ ପଟିଆ ଘର ମଧ୍ୟ ଛାଡିଥିଲେ । ଶୁଭଶ୍ରୀ ବାବୁନାଙ୍କ ସହ ପ୍ରେମ ସମ୍ପର୍କ ସନ୍ଦେହ କରାଯାଉଥିବା ବେଳେ ଏପଟେ ସ୍ୱାମୀ ଅନନ୍ତଙ୍କୁ ମଧ୍ୟ ପ୍ରେମ କରି ବିବାହ କରିଥିଲେ । ଏସବୁ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଅଧିକ ଛାନ୍ ଭିନ୍ କରୁଛି ।