କେମିତି ରୋକି ହେବ ବ୍ୟାଙ୍କ ଫ୍ରଡ୍ ? ମାର୍ଗଦର୍ଶିକା ଜାରି କଲା ଆଇଟି ବିଭାଗ

693

କନକ ବ୍ୟୁରୋ : କେମିତି ରୋକି ହେବ ବ୍ୟାଙ୍କ ଫ୍ରଡ୍ ? ମାର୍ଗଦର୍ଶିକା ଜାରି କରିଛି ଆଇଟି ବିଭାଗ । ପିଲାଙ୍କ ପାଠପଢା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନରଖିବାକୁ ଏନେଇ ପରାମର୍ଶ ଦିଆଯାଇଛି । ତଥ୍ୟ ଚୋରୀ ଏଡାଇବାକୁ ଅନେକ ଲିଙ୍କ ବ୍ୟବହାରରୁ ଦୂରେଇ ରହିବାକୁ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

ଖାସ୍ କରି ଛୋଟ ପିଲାଙ୍କଠାରୁ ନେଇ ଅଭିଭାବକଙ୍କୁ ସଚେତନ କରାଇଛନ୍ତି । ପିଲାମାନେ ମୋବାଇଲ ବ୍ୟବହାର କରୁଥିବା ବେଳେ ଅଜାଣତରେ ଗେମିଙ୍ଗ ସାଇଟ ଜାଲରେ ପଡୁଛନ୍ତି । ଅନେକ ଲିଙ୍କ୍ ବ୍ୟବହାର କରିବା ଫଳରେ ମୋବାଇଲରୁ ତଥ୍ୟ ଚୋରି ହେଉଛି । ଏନେଇ ଗୃହ ବିଭାଗକୁ ଅନେକ ଅଭିଯୋଗ ଆସିଛି । ତେଣୁ ବ୍ୟାଙ୍କ୍ ଫ୍ରଡ୍ କିଭଳି ରୋକିହେବ ତାକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି ।